Latest Odisha News

BREAKING NEWS

କାନାଡାରେ ଭୟଙ୍କର ହେଉଛି କରୋନା ସ୍ଥିତି

ଭୁବନେଶ୍ୱର: ଦେଶବ୍ୟାପୀ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ସମୟରେ କାନାଡାରେ କରୋନା ସ୍ଥିତି ଭୟଙ୍କର ହେଉଛି ବୋଲି ବୁଧବାର ଦିନ କହିଛନ୍ତି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ ଦେଶବାସୀଙ୍କୁ ସମ୍ବୋଧନ କରି ସେ କହିଛନ୍ତି ଯେ ଗତ ଅଗଷ୍ଟ ମାସର ମଧ୍ୟବର୍ତ୍ତୀ ସମୟରେ ଦୈନିକ ପ୍ରାୟ ୩୮୦ କରୋନା ମାମଲା ଚିହ୍ନଟ ହେଉଥିଲା । କିନ୍ତୁ ଏବେ ଏହି ସଂଖ୍ୟା ୧,୧୨୩କୁ ଛୁଇଁଛି ।

ଯଦି ଜନସାଧାରଣ ମାନେ କରୋନା ସମ୍ପର୍କିତ କଟକଣା ନମାନନ୍ତି ତାହେଲେ ଏହା ଆହୁରି ଭୟଙ୍କର ହେବ । ୪ କୋଟି ଜନସଂଖ୍ୟା ବିଶିଷ୍ଟ କାନାଡାରେ କରୋନା ସ୍ଥିତି କମି ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହା ପୁଣିଥରେ ମାରାତ୍ମକ ହେବାରେ ଲାଗିଛି ବୋଲି ସେ ପ୍ରକାଶ କରିଛନ୍ତି।

ତେବେ କାନାଡାରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୭ ହଜାର ୭୫୩ ରହିଥିବା ବେଳେ ୯ ହଜାର ୨୪୩ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସରକାରୀ ତଥ୍ୟରୁ ପ୍ରକାଶ ।

ଜନ ହପକିନ୍ସ ଯୁନିଭର୍ସିଟିର ରିପୋର୍ଟ ଅନୁଯାୟୀ କରୋନାଭାଇରସରେ ସଂକ୍ରମିତ ୧୮୮ରୁ ଅଧିକ ଦେଶରେ ଏଯାବତ୍ ୩୧,୮୬୯,୪୩୩ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବେଳେ ପ୍ରାୟ ୯ ଲକ୍ଷ ୭୬ ହଜାର ୯୭୪ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.