ମୁମ୍ବାଇ: ଶର୍ଲିନ୍ ଚୋପ୍ରା କ୍ରମାଗତ ଭାବରେ ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଅଶ୍ଳୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ପରେ ଶର୍ଲିନ୍ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ସେୟାର କରି ତାଙ୍କୁ ଏହି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ। ବର୍ତ୍ତମାନ ପ୍ରତାରଣା ତଥା ମାନସିକ ନିର୍ଯ୍ୟାତନା ଅଭିଯୋଗରେ ସେ ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।
ଅକ୍ଟୋବର ୧୪ ରେ ଶର୍ଲିନ୍ ଏହି ଅଭିଯୋଗ ଦାଖଲ କରିଥିଲେ। ସେ କହିଛନ୍ତି ଯେ ମୁଁ ରାଜ କୁନ୍ଦ୍ରାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ, ପ୍ରତାରଣା ଏବଂ ଧମକ ଦେଇଥିବା ଅଭିଯୋଗ କରିଛି।
Comments are closed.