Latest Odisha News

BREAKING NEWS

ସାଜିଦଙ୍କ ବିରୋଧରେ ମାମଲା ରୁଜୁ କଲେ ଶାର୍ଲିନ ଚୋପ୍ରା

ମୁମ୍ବାଇ: ବଲିଉଡର ବଦନାମ ଫିଲ୍ମ ନିର୍ଦ୍ଦେଶକ ସାଜିଦ ଖାଁଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଗବସରେ ୧୬ରେ ସାଜିଦ ସାମିଲ ହେବା ପରେ ଏଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭିନ୍ନ ଅଭିନେତ୍ରୀ ସାଜିଦଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ତାଙ୍କୁ ବିଗ ବସରୁ ବାହାର କରିବା ପାଇଁ ଦାବୀ କରିଛନ୍ତି । ବୁଧବାର ଅଭିନେତ୍ରୀ ଶାର୍ଲିନ ଚୋପ୍ରା ଆଜି ସାଜିଦଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି । ତାଙ୍କୁ ତରନ୍ତ ବିଗବସରୁ ବାହାର କରାଯାଉ ବୋଲି ସେ କହିଛନ୍ତି । ଏପରିକି ଶାର୍ଲିନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଏ ନେଇ ପତ୍ର ଲେଖିଛନ୍ତି ।

BjdElectrycity

ଯଦି ସାଜିଦ ଏହି କାର୍ଯ୍ୟକ୍ରମରୁ ନ ବାହାରିବେ ତାହାହେଲେ ବିଗବସ ପ୍ରସାରଣ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ଶାର୍ଲିନଙ୍କ ସମେତ ଅନେକ ଗୁଡିଏ ଅଭିନେତ୍ରୀ ସାଜିଦ ସେମାନଙ୍କ ପ୍ରତି ଅସଭ୍ୟ ଆଚରଣ ପ୍ରଦର୍ଶନ କରିଥିବା ନେଇ ମୁହଁ ଖୋଲିଛନ୍ତି ।

Leave A Reply

Your email address will not be published.