Latest Odisha News

BREAKING NEWS

ଏୟାରପୋର୍ଟରେ ନିଜ ଉତ୍ପାଦ ବିକିବେ ଏସଏଚଜି ମହିଳା

ଏୟାରପୋର୍ଟ ଭିତରେ ୧୦୦-୨୦୦ ବର୍ଗଫୁଟର ଏକ କିଓସ୍କ ବା ଷ୍ଟୋର ଖୋଲିବାକୁ ସେମାନଙ୍କୁ ଜାଗା ମିଳିବ

ଭୁବନେଶ୍ୱର: ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ଏବେ ଏୟାରପୋର୍ଟରେ ବିକିବେ ନିଜ ଉତ୍ପାଦ । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଅବସର ନାମରେ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ଦେଶର ବିଭିନ୍ନ ଏୟାରପୋର୍ଟରେ ସ୍ଥାନୀଏ ଏସଏଚଜିମାନେ ତାଙ୍କର ଉତ୍ପାଦ ବିକିବାକୁ ସକ୍ଷମ ହେବେ ।

ଏୟାରପୋର୍ଟ ଭିତରେ ୧୦୦-୨୦୦ ବର୍ଗଫୁଟର ଏକ କିଓସ୍କ ବା ଷ୍ଟୋର ଖୋଲିବାକୁ ସେମାନଙ୍କୁ ଜାଗା ମିଳିବ । ରାଜ୍ୟ ସରକାର ମାନଙ୍କ ସହ ସହବନ୍ଧିତା କରି ଏୟାରପୋର୍ଟ ଅଥରିଟି ଏହା ପରିଚାଳନା କରିବ । ତେବେ ଏହା ପର୍ଯ୍ୟାୟକ୍ରମେ ଚାଲିବ । ସବୁ ଗୋଷ୍ଠୀଙ୍କୁ ସୁଯୋଗ ଦେବା ପାଇଁ ଗୋଟିଏ ଗୋଷ୍ଠୀକୁ ୧୫ ଦିନ ଯାଏଁ ସମୟ ମିଳିବ ।

ଏବେ ଚେନ୍ନାଇ, ଅଗରତାଲା, ଡେରାଡୁନ, କୁଶିନଗର, ଉଦୟପୁର ଏବଂ ଅମୃତସରରେ ଏହି ଯୋଜନାରେ ଏସଏଚଜି ମାନଙ୍କୁ ନିଜ ଉତ୍ପାଦ ବିକିବାକୁ ସୁଯୋଗ ମିଳିଛି । ଖୁବ୍ ଶୀଘ୍ର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ମଧ୍ୟ ଏହି ସୁବିଧା କରାଯିବ ବୋଲି ଏୟାରପୋର୍ଟ ପକ୍ଷରୁ ସୂଚନା ମିଳିଛି । ଆଗକୁ ରାଞ୍ଚି, କୋଲକାତା, ବାରଣାସୀ, ଇନ୍ଦୋର ଓ ଭୋପାଳ ଆଦି ପ୍ରମୁଖ ଏୟାରପୋର୍ଟରେ ଏହି ଷ୍ଟୋର ଖୋଲିବ ।

Leave A Reply

Your email address will not be published.