Latest Odisha News

BREAKING NEWS

ବରଗଡ଼ରୁ ସର୍ବାଧିକ ୬ ଲକ୍ଷ ୧୪ ହଜାର ୧୦୨ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ

୨୦୨୦-୨୧ ବର୍ଷ ଖରିଫ୍‌ ଧାନ ସଂଗ୍ରହ ତୁଳନାରେ ୨୦୨୧-୨୨ ବର୍ଷ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାରେ ୨୦ ପ୍ରତିଶତ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକ୍ରି କରିଛନ୍ତି

ଭୁବନେଶ୍ୱର : ରାଜ୍ୟରେ ୨୦୨୨ ମାର୍ଚ୍ଚ ୩୧ ତାରିଖରେ ଖରିଫ ଧାନ ସଂଗ୍ରହରେ ମୋଟ ୫୭ ଲକ୍ଷ ୨୨ ହଜାର ୩୦୪ ମେଟ୍ରିକ୍‌ ଟନ ଧାନ ସଂଗ୍ରହ ହୋଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ୧୧ ହଜାର ୧୦୧ କୋଟି ୨୭ ଲକ୍ଷ ଟଙ୍କାର ଖରିଫ ଧାନସଂଗ୍ରହ କରାଯାଇଛି । ମୋଟ ୧୨ ଲକ୍ଷ ୯୨ ହଜାର ୭୩୨ ଜଣ ଖରିଫ୍‌ ଧାନ ବିକ୍ରୟ କରିଛନ୍ତି । ତନ୍ମଧ୍ୟରେ ୧୦ ଲକ୍ଷ ୯୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ। ଏମାନଙ୍କ ମଧ୍ୟରେ ୪ ଲକ୍ଷ ୭୦ ହଜାର କ୍ଷୁଦ୍ର ଏବଂ ୬ ଲକ୍ଷ ୨୨ ହଜାର ନାମମାତ୍ର ଚାଷୀ ଖରିଫ ଧାନ ବିକ୍ରି କରିଛନ୍ତି।

୨୦୧୮-୧୯ ବର୍ଷ ଖରିଫ୍‌ ଧାନସଂଗ୍ରହ ତୁଳନାରେ ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୨ ଖରିଫ ବର୍ଷ ଗୁଡ଼ିକରେ ଧାନ ସଂଗ୍ରହରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଭାଗୀଦାରିରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି ।

୨୦୧୮-୧୯ ବର୍ଷ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାରେ ମୋଟ ୫ ଲକ୍ଷ ୬୦ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ। ୨୦୧୯-୨୦ ବର୍ଷର ଖରିଫ୍‌ ଧାନ ସଂଗ୍ରହରେ ୭ ଲକ୍ଷ ୨୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ। ୨୦୨୦-୨୧ ବର୍ଷର ଖରିଫ ଧାନ ସଂଗ୍ରହରେ ୯ ଲକ୍ଷ ୭ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକ୍ରୟ କରିଥିବାବେଳେ ୨୦୨୧-୨୨ ବର୍ଷରେ ମୋଟ ୧୦ ଲକ୍ଷ ୯୨ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକ୍ରୟ କରିଛନ୍ତି ।

୨୦୧୮-୧୯ ବର୍ଷର ଖରିଫ୍‌ ଧାନ ସଂଗ୍ରହ ତୁଳନାରେ ୨୦୨୧-୨୨ ଖରିଫ୍‌ ଧାନ ସଂଗ୍ରହରେ ୯୫ ପ୍ରତିଶତ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକ୍ରୟ କରିଛନ୍ତି ବୋଲି ଶ୍ରୀ ସ୍ୱାଇଁ
କହିଛନ୍ତି । ସେହିପରି ୨୦୨୦-୨୧ ବର୍ଷ ଖରିଫ୍‌ ଧାନ ସଂଗ୍ରହ ତୁଳନାରେ ୨୦୨୧-୨୨ ବର୍ଷ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାରେ ୨୦ ପ୍ରତିଶତ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଧାନ ବିକ୍ରି କରିଛନ୍ତି।

ଅଧିକ ଖରିଫ ଧାନ ସଂଗ୍ରହ ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବରଗଡ଼ରୁ ସର୍ବାଧିକ ୬ ଲକ୍ଷ ୧୪ ହଜାର ୧୦୨ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ହୋଇଥିଲା । ସେହିପରି କଳାହାଣ୍ଡିରୁ ୪ ଲକ୍ଷ ୬୬ ହଜାର ୧୧୭ ମେଟ୍ରିକ୍‌ ଟନ୍‌, ଗଞ୍ଜାମରୁ ୪ ଲକ୍ଷ ୫ ହଜାର ୨୦୨ ମେଟ୍ରିକ୍‌ ଟନ୍‌, ସୁବର୍ଣ୍ଣପୁରରୁ ୩ ଲକ୍ଷ ୩୮ହଜାର ୬୫୫ ମେଟ୍ରିକ୍‌ ଟନ୍‌, ସମ୍ବଲପୁରରୁ ୨ ଲକ୍ଷ ୯୬ ହଜାର ୨୮୦ ମେଟ୍ରିକ୍‌ ଟନ୍‌, ବଲାଙ୍ଗୀରରୁ ୨ ଲକ୍ଷ ୮୪ ହଜାର ୭୩୨ ମେଟ୍ରିକ୍‌ ଟନ୍‌, ସୁନ୍ଦରଗଡ଼ରୁ ୨ ଲକ୍ଷ ୨୪ ହଜାର ୮୦୨ ମେଟ୍ରିକ୍‌ ଟନ୍‌, କୋରାପୁଟରୁ ୨ ଲକ୍ଷ ୪୧ ହଜାର ୩୮୯ ମେଟ୍ରିକ୍‌ ଟନ୍‌ ଓ ବାଲେଶ୍ୱରରୁ ୨ ଲକ୍ଷ ୧୫ ହଜାର ୮୪୪ ମେଟ୍ରିକ ଟନ୍‌ ଖରିଫ ଧାନ ୨୯୯୬ଟି ସୋସାଇଟି ମାଧ୍ୟମରେ ସଂଗ୍ରହ କରାଯାଇଥିଲା ।

Leave A Reply

Your email address will not be published.