Latest Odisha News

ମିଶନ ଶକ୍ତି: ପୋଷାକ ପାଇଁ ପ୍ରତ୍ୟେକ ୭୦ ଲକ୍ଷ ମହିଳା ପାଇବେ ୧ହଜାର ଟଙ୍କା

ଭୁବନେଶ୍ୱର:ମିଶନ ଶକ୍ତିରେ ପ୍ରତ୍ୟେକ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ନିଆ ଯାଉଛି ଅନେକ ପଦକ୍ଷେପ। ଏହାରି ମଧ୍ୟରେ ରାଜ୍ୟର ସମସ୍ତ ୭୦ ଲକ୍ଷ ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟ ଏବଂ ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ୍ (ଜିପିଏଲ୍ଏଫ୍), ବ୍ଲକ ସ୍ତରୀୟ ଫେଡେରେସନ୍ (ବିଏଲ୍ଏଫ୍) ଏବଂ ଜିଲ୍ଲା ସ୍ତରର ୧.୫ ଲକ୍ଷରୁ ଅଧିକ କାର୍ଯ୍ୟନିର୍ବାହୀ କମିଟି (ଇସି) ସଦସ୍ୟଙ୍କ ପାଇଁ ୟୁନିଫର୍ମ ପ୍ରଦାନ ଦିଗରେ ଓଡିଶା କ୍ୟାବିନେଟ୍ ଆର୍ଥିକ ସହାୟତା ଅନୁମୋଦନ କରିଛି। ମିଶନ ଶକ୍ତି ସହ ଜଡ଼ିତ ୭୦ ଲକ୍ଷ ମହିଳାଙ୍କୁ ପୋଷାକ ବାବଦକୁ ୧ ହଜାର ଟଙ୍କା ଦେବାକୁ ନିଷ୍ପତି ନିଆଯାଇଛି । ତା’ ସହିତ ଦେଢ଼ଲକ୍ଷ ପରିଚାଳନା କମିଟି ଓ କାର୍ଯ୍ୟନିର୍ବାହୀ କମିଟି ସଭ୍ୟଙ୍କୁ ବ୍ଲେଜର ବାବଦକୁ ଦିଆଯିବ ୨ ହଜାର ଟଙ୍କା ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ୭୩୦ କୋଟି ଟଙ୍କା ଖର୍ଚ୍ଚ ହେବ ।ବୁଣାକରାଙ୍କୁ ଅଧିକ ସହାୟତା ଦେବାକୁ ଯୋଜନା କରାଯାଇଛି। ୨ହଜାରରୁ ୨ ହଜାର ୫୦୦ ଲେଖାଏଁ ସହାୟତା ପଇବେ ବୁଣାକାର । ୪୦ରୁ ୮୦ ବର୍ଷ ବୟସ୍କ ବୁଣାକାର ଓ କାରିଗରଙ୍କୁ ମାସିକ ୨ହଜାର ମିଳିବ। ୮୦ ବର୍ଷରୁ ଉର୍ଦ୍ଧ୍ବ ବୁଣାକାରଙ୍କୁ ୨୫୦୦ ଟଙ୍କା ମିଳିବ। ‘ନୂଆ-ଓ ଛତ୍ର ବୃତ୍ତି’କୁ ମଧ୍ୟ କ୍ୟାବିନେଟ ମଞ୍ଜୁରି ମିଳିଛି। ବାର୍ଷିକ ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ବୃତ୍ତି ମିଳିବ । ଏସସି/ଏସଟି ଓ ନିର୍ମାଣ ଶ୍ରମିକଙ୍କ ପୁଅଙ୍କୁ ୧୦ ହଜାର, ଝିଅଙ୍କୁ ୧୧ ହଜାର ମିଳିବ ।

ଏଥିପାଇଁ ରାଜକୋଷରୁ ୭୩୦ କୋଟି ଟଙ୍କା ମଂଜୁର କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମିଶନ୍ ଶକ୍ତି ମହିଳାମାନଙ୍କୁ ସଶକ୍ତିକରଣ ତଥା ସେମାନଙ୍କର ସାମାଜିକ ଭୂମିକାକୁ ପୁନଃନିର୍ଣ୍ଣୟ କରିବା ପାଇଁ ବିକଶିତ ହୋଇଛି, ଅର୍ଥନୈତିକ ଅଭିବୃଦ୍ଧି ତଥା ସାମାଜିକ ପରିବର୍ତ୍ତନ ପାଇଁ ଏସଏଚଜି ଗୁଡ଼ିକୁ ଏକ ଶକ୍ତିଶାଳୀ ଶକ୍ତିରେ ପରିଣତ କରିଛି। ତେବେ ମିଶନ ଶକ୍ତି ମହିଳାଙ୍କୁ ପୋଷାକ ବାବଦ ଅର୍ଥରାଶି ଏସ୍‌ ଏଚ୍‌ ଜି ଓ ମହାସଂଘର ଜମାଖାତାକୁ ସିଧାସଳଖ ପ୍ରଦାନ କରାଯିବ ।

Leave A Reply

Your email address will not be published.