Latest Odisha News

BREAKING NEWS

ଆଖି ବୁଜିଲେ ଦଙ୍ଗଲର କୁନି ବବିତା ଫୋଗଟ

ମୁମ୍ବାଇ: ଅମୀର ଖାଙ୍କ ଦଙ୍ଗଲ ଫିଲ୍ମରେ ବବିତା ଫୋଗଟଙ୍କ ପିଲା ବେଳର ଭୂମିକା କରିଥିବା ସୁହାନୀ ଭଟ୍ଟନାଗରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୯ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ହେବ ଦିଲ୍ଲୀର ଏମ୍ସ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ରିପୋର୍ଟ ମୁତାବକ ସୁହାନୀଙ୍କ ପାଦ ଭାଙ୍ଗି ଯାଇଥିଲା । ଏହାକୁ ଭଲ କରିବା ପାଇଁ ସେ ଯେଉଁ ଔଷଧ ସେବନ କରୁଥିଲେ ଏହାର ପାଶ୍ୱର୍ ପ୍ରତିକ୍ରିୟା ଯୋଗୁ ଶରୀରରେ ତରଳ ପଦାର୍ଥ ଜମା ହେବାରେ ଲାଗିଥିଲା । ଯାହାକି ତାଙ୍କ ମୃତ୍ୟୁର କାରଣ ସାଜିଥିଲା । ୨୦୧୬ରେ ସେ ଦଙ୍ଗଲ ଫିଲ୍ମରେ ଚମତ୍କାର ଅଭିନୟ କରିଥିଲେ ।

ବାଳ କଳାକାର ଭାବେ ତାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଏହା ପରେ ସେ କେତେକ ଟିଭି ବିଜ୍ଞାପନରେ ମଧ୍ୟ କାମ କରିଥିଲେ । ପଢ଼ା ପ୍ରତି ଗୁରୁତ୍ୱ ଦେବା ପାଇଁ ସେ ଅଭିନୟରୁ ବ୍ରେକ ନେଇଥିଲେ । ସୋସିଆଲ ମିଡିଆରେ ତାଙ୍କର ୨୦.୯କେ ଫଲୋର୍ସ ଅଛନ୍ତି । ତାଙ୍କ ମୃତ୍ୟୁରେ ପ୍ରଶଂସକଙ୍କଠାରୁ ଆରମ୍ଭ କରି ଅଭିନେତାମାନେ ଶୋକ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.