Latest Odisha News

BREAKING NEWS

ଏଏସଆଇ ସଂଗ୍ରହାଳୟ ସ୍ଥାନାନ୍ତରଣ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ଚିଠିକୁ ଅଣଦେଖା

ଯାଜପୁର: ଯାଜପୁର ସହରର ପୌର କାର୍ଯ୍ୟାଳୟକୁ ଲାଗି ରହିଥିବା ଏଏସଆଇ ସଂଗ୍ରହାଳୟକୁ ବିପଦସଙ୍କୁଳ ଘୋଷଣା କରାଯାଇଛି  । ତଥାପି ଏହାକୁ ସ୍ଥାନାନ୍ତର କରୁନାହିଁ ଏଏସଆଇ । ତିନି ତିନି ଥର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । କିନ୍ତୁ ଏଏସଆଇ ଚୁପ୍ ।  ସଂଗ୍ରହାଳୟ ଅନ୍ୟତ୍ର ସ୍ଥାନାନ୍ତରଣ ନହେବାରୁ ଗାନ୍ଧୀଛକ ଠାରୁ ବସଷ୍ଟାଣ୍ଡ ରାସ୍ତା ସଂପ୍ରସାରଣ କାର୍ଯ୍ୟ ମଧ୍ୟ ହୋଇପାରୁନି ।

ଜିଲାପାଳ ଚକ୍ରୱର୍ତି ସିଂ ରାଠୋର ବାରମ୍ବାର ଏଏସଆଇ ସୁପରିଟେଣ୍ଡେଂଟ ଙ୍କୁ ଚିଠି ଲେଖି ତୁରନ୍ତ କିର୍ତିରାଜିକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ । ତେବେ କୌଣସି ଉତ୍ତର ନପାଇବାରୁ ସେ ଏଏସଆଇର ନୂଆଦିଲ୍ଲୀସ୍ଥିତ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି । ୪ଲେନ୍ ରାସ୍ତା ଓ ପରିମଳ ବ୍ୟବସ୍ଥା କରିବା ପୂର୍ବରୁ ବିପଦଶଙ୍କୁଳ ସଂଗ୍ରହାଳୟକୁ ସ୍ଥାନାନ୍ତରଣ ପାଇଁ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ କହିଛନ୍ତି ।

 

Leave A Reply

Your email address will not be published.