ଭୁବନେଶ୍ୱର: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଦେଖାଇଲେ ଓପନର୍ ଶିଖର ଧୱନ୍ । ଭାରତୀୟ ଦଳ ଟେଷ୍ଟ ମ୍ୟାଚ୍ ସିରିଜ୍ ପୂର୍ବରୁ ୩ଟି ଦିନିକିଆ ଓ ଟି୨୦ ମ୍ୟାଚ୍ରେ କଙ୍ଗାରୁ ଦଳ ସହ ମୁହାଁମୁହିଁ ହେବ । ତେବେ ତା ପୂର୍ବରୁ ସାମ୍ନାକୁ ଆସିଛି ଟିମ୍ ଇଣ୍ଡିଆର ନୂଆ ଜର୍ସି ।
ଓପନର୍ ଶିଖରଙ୍କୁ କେବଳ ଲିମିଟେଡ୍ ଓଭର୍ ମ୍ୟାଚ୍ ପାଇଁ ଚୟନ କରାଯାଇଛି । ରୋହିତଙ୍କ ଅନୁପସ୍ଥତିରେ ଏହି କ୍ରିକେଟରଙ୍କ ଦାୟିତ୍ୱ ଯେ ବଢିଯାଇଛି, ଏଥିରେ କୌଣସି ସନ୍ଦେହ ନାହିଁ । ବହୁଦିନର ବ୍ୟବଧାନ ପରେ ଶିଖର୍ କ୍ରିକେଟ୍ ଖେଳିଥିଲେ ବି ଆଇପିଏଲ୍ରେ ନିଜ ଜବରଦସ୍ତ ଫର୍ମ ଦେଖାଇ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
View this post on Instagram
ଦିନିକିଆ ସିରିଜ ଆରମ୍ଭ ହେବାକୁ ଆଉ ଦିନ କେଇଟା ବାକି ଥିବାବେଳେ ସୋସିଆଲ୍ ମିଡିଆରେ ନୂଆ ଜର୍ସିକୁ ସେ ସେୟାର କରିଛନ୍ତି । ଏହି ଜର୍ସିରେ ଚିରାଚରିତ ସ୍କାଏ ବ୍ଲୁ କଲରକୁ ବାଦ୍ ଦିଆଯାଇ ନେଭି ବ୍ଲୁ ରଙ୍ଗ ଦିଆଯାଇଛି । ନାଇକିର ତିନିବର୍ଷର ଚୁକ୍ତି ପରେ ଭାରତୀୟ କ୍ରିକେଟ ଦଳର ଜର୍ସିରେ ଏମ୍ପିଏଲ୍ର ଲୋଗୋ ଦେଖିବାକୁ ମିଳିଛି ।
Comments are closed.