Latest Odisha News

BREAKING NEWS

ଜାନୁଆରୀରେ ଆରମ୍ଭ ହେବ ସ୍ପୁଟନିକ୍-୫ ଭ୍ୟାକସିନ୍ ଡେଲିଭରୀ, କେତେ ରହିବ ମୂଲ୍ୟ ?

ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନା ସଂକ୍ରମଣ ଲଗାତର ବଢିବାରେ ଲାଗିଛି । ଏପରିସ୍ଥିତିରେ ସମସ୍ତଙ୍କ ନଜର ଭ୍ୟାକସିନ୍ ଉପରେ ରହିଛି । କେବେ ମାର୍କେଟକୁ ଆସିବ ଟିକା ? ଟିକାର ମୂଲ୍ୟ କେତେ ରହିବ? ଏସବୁ ପ୍ରଶ୍ନ ଏବେ ଲୋକଙ୍କ ମନରେ ରହିଛି । ଏପରି ସ୍ଥିତିରେ ଋଷର ସ୍ପୁଟନିକ୍-୫ ଭ୍ୟାକସିନକୁ ନେଇ ବଡ଼ ସୂଚନା ଆସିଛି । ସ୍ପୁଟନିକ୍-୫ର ଗୋଟିଏ ଡୋଜର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ ୧୦ ଡଲାରରୁ କମ୍ ରହିବ । ଋଷର ନାଗରିକଙ୍କ ପାଇଁ ଏହା ଫ୍ରି ହେବ । ଜଣେ ବ୍ୟକ୍ତିଙ୍କ ପାଇଁ ଭ୍ୟାକସିନର ଦୁଇଟି ଡୋଜ୍ ଆବଶ୍ୟକ ।

ଆଇଡିଆଇଏଫ୍ ବା ଋଷିଆନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସ୍ପୁଟନିକ୍-୫ଭ୍ୟାକସିନର ପ୍ରଥମ ଅନ୍ତରାଷ୍ଟ୍ରୀୟ ଡେଲିଭରୀ ଜାନୁଆର ୨୦୨୧ରୁ ଆରମ୍ଭ ହେବ । କ୍ଲିନିକାଲ ବିଶ୍ଳେଷଣ ଅନୁଯାୟୀ ପ୍ରଥମ ଡୋଜ ଦେବାର ୨୮ ଦିନ ପରେ ଏହା ୯୧.୪ ପ୍ରତିଶତ ପ୍ରଭାବଶାଳୀ । ସେହିପରି ୪୨ ଦିନ ପରେ ଏହା ୯୫ ପ୍ରତିଶତ ଫଳପ୍ରଦ । ଆଇଡିଆଇଏଫ୍ ସିଇଓଙ୍କ ସୂଚନା ଅନୁସାରେ ବେଲାରୁସ୍‌, ବ୍ରାଜିଲ, ୟୁଏଇ ଓ ଭାରତରେ ଏହାର କ୍ଲିନିକାଲ ଟ୍ରାଏଲ ଚାଲୁଛି । ପରିଣାମ ବିଭିନ୍ନ ଦେଶ ପାଇଁ ଉପଲବ୍ଧ ହେବ । ଜାନୁଆରୀ ସୁଦ୍ଧା ତଥ୍ୟ ଉପଲବ୍ଧ କରିବା ପାଇଁ କଥାବାର୍ତ୍ତା ଚାଲିଥିବା ସେ ସୂଚନା ଦେଇଛନ୍ତି ।

ଋଷ ବର୍ତ୍ତମାନ ସୁଦ୍ଧା କରୋନାର ତିନିଟି ଭ୍ୟାକସିନ୍ ପ୍ରସ୍ତୁତ କରୁଥିବା ଦାବି କରିଛି । ଅଗଷ୍ଟରେ ପ୍ରଥମ ଭ୍ୟାକସିନ୍ ସ୍ପୁଟନିକ୍-୫ ଲଞ୍ଚ କରିଥିଲା । ଋଷ ରାଷ୍ଟ୍ରପତି ପୁଟିନ୍ ଅଗଷ୍ଟ ୧୧ରେ ଏନେଇ ଘୋଷଣା କରିଥିଲେ ।

Leave A Reply

Your email address will not be published.