Latest Odisha News

BREAKING NEWS

ଏହି ହିନ୍ଦୀ ସିନେମାର ତେଲୁଗୁ ରିମେକ୍ ସହ ପରଦାକୁ ଫେରୁଛନ୍ତି ଶିଳ୍ପା ସେଟ୍ଟୀ

ହାଇଦ୍ରାବାଦ: ତେଲୁଗୁରେ ରିମେକ ହେବାକୁ ଯାଉଛି ଆୟୁଷ୍ମାନ ଖୁରାନାଙ୍କ ସୁପର-ହିଟ୍ ଫିଲ୍ମ ‘ଅନ୍ଧାଧୁନ’ । ଏହାକୁ ରିମେକ କରିବାକୁ ଯୋଜନା କରୁଛନ୍ତି ତେଲୁଗୁ ସିନେ ଦୁନିଆର ପ୍ରସିଦ୍ଧ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ନିତିନ । ଦୀର୍ଘଦିନ ଧରି ସିନେ ଜଗତରୁ ଦୁରେଇ ରହିଥିବା ବଲିଉଡ ଦିଭା ଶିଳ୍ପା ଶେଟ୍ଟୀ ଏହି ଫିଲ୍ମ ସହିତ ପୁଣି ଥରେ ପରଦାକୁ ଫେରୁଥିବା ଶୁଣିବାକୁ ମିଳିଛି।

ଖବର ଅନୁଯାୟୀ, ଏହି ଚଳଚ୍ଚିତ୍ରରେ ନିତିନ ଏବଂ ପ୍ରିୟଙ୍କା ଅରୁଲ ମୋହନ ମୁଖ୍ୟ ଦମ୍ପତି ଭୂମିକାରେ ଅଭିନୟ କରୁଥିବାବେଳେ ଶିଳ୍ପା ‘ଅନ୍ଧାଧୁନରେ’ରେ ତବୁ ଅଭିନୟ କରିଥିବା ଭୂମିକାରେ ନଜର ଆସିପାରନ୍ତି। ‘ଅନ୍ଧାଧୁନ’ରେ ତବୁଙ୍କ ଭୂମିକାକୁ ସମସ୍ତେ ପ୍ରଶଂସା କରିଥିଲେ ଏବଂ ନିତିନ୍ ମଧ୍ୟ ତେଲୁଗୁ ରିମେକ୍ ପାଇଁ ତବୁଙ୍କୁ ଅନୁରୋଧ କରିଥିଲେ। ମାତ୍ର ତବୁ ଆଉ ଏକ ସିନେମାରେ ସମାନ ଅଭିନୟ କରିବାକୁ ରାଜି ହୋଇ ନଥିଲେ। ଏହା ପରେ ନୀତିନ ଏହି ଭୂମିକା ପାଇଁ ଶିଳ୍ପାଙ୍କ ନିକଟକୁ ଯାଇଥିବା ରିପୋର୍ଟରେ ପ୍ରକାଶ । ତେବେ ଏ ବାବଦରେ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ଘୋଷଣା ହୋଇନାହି।

Leave A Reply

Your email address will not be published.