Latest Odisha News

BREAKING NEWS

ଚିକିତ୍ସା ପାଇଁ ପଦ୍ମଶ୍ରୀ କମଳା ପୂଜାରୀ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର

ଜୟପୁର: ପଦ୍ମଶ୍ରୀ କମଳା ପୂଜାରୀଙ୍କଠାରେ କିଡନୀ ଜନିତ ସମସ୍ୟା ଦେଖା ଦେବାରୁ ତାଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଦୁଇ ଦିନ ତଳେ ସେ ନିଶ୍ୱାସ ନେବା କଷ୍ଟ ଅନୁଭବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଏଥି ସହ ତାଙ୍କ ପାଦ ହାତ ଫୁଲିଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ଓ ବିଭିନ୍ନ ଟେଷ୍ଟ ପରେ ତାଙ୍କର କିଡନୀ ସମସ୍ୟା ଥିବା ଜଣାପଡିଥିଲା । ତେଣୁ ବିଶେଷଜ୍ଞଙ୍କ ନିକଟରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.