Latest Odisha News

ପୁରୁଣା ଅଟୋକୁ ଏବେ ବି ଏବେ ବି ସାଇତି ରଖିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପାଖରେ ଗାଡିର ଅଭାବ ନାହିଁ । ତଥାପି ତାଙ୍କ ଗ୍ୟାରେଜରେ ଏବେ ବି ପୁରୁଣା ଅଟୋ ଶୋଭା ପାଉଛି । ଅଭାବ ଅସୁବିଧା ସମୟରେ ଏହି ଅଟୋକୁ ଚଳାଇ ସେ ଚଳୁଥିଲେ । ନିର୍ବାଚନ ଆୟୋଗକୁ ଦେଇଥିବା ଆଫିଡେଭିଟରେ ସେ ଏହି ଅଟୋ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ୟୁଜର୍ସମାନେ ପ୍ରଶଂସାରେ ପୋତି ଦେଇଛନ୍ତି । ଏହା ତାଙ୍କ ପତ୍ନୀଙ୍କ ନାମରେ ରହିଛି । ଏକନାଥ ସର୍ବଦା ଲୋକଙ୍କ ସହିତ ରହିଥାନ୍ତି । ସେଥିପାଇଁ ଥାନେରେ ତାଙ୍କୁ ନେକନାଥ ଓ ଅକ୍ସିଜେନ ମ୍ୟାନ ଭାବେ ମଧ୍ୟ ଡାକିଥାନ୍ତି ।

କରୋନା ମହାମାରୀ ସମୟରେ ଏକନାଥ ଓ ତାଙ୍କ ପୁତ୍ର ସହ ମିଶି ଥାନେରେ ଘରେ ଘରେ ଅକ୍ସିଜେନ ସିିଲିଣ୍ଡର ଯୋଗାଇଥିଲେ । ପାର୍ଷଦରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ତାଙ୍କର ଏହି ରାଜନୈତିକ ଯାତ୍ରାରେ ସେ ପ୍ରଥମେ ଯାହା ଥିଲେ ଏବେ ବି ସେୟା ଅଛନ୍ତି ।

Leave A Reply

Your email address will not be published.