ନୂଆଦିଲ୍ଲୀ: ଫିଟନେସ୍ ଏବଂ ବୋଲ୍ଡ ବ୍ୟକ୍ତିତ୍ୱ ହେତୁ ଅଭିନେତା ମିଲିନ୍ଦ ସୋମନ୍ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ନିକଟରେ ତାଙ୍କ ଜନ୍ମଦିନ ଅବସରରେ ମିଲିନ୍ଦ ସୋସିଆଲ ମିଡିଆରେ ତାଙ୍କର ଏକ ବିବସ୍ତ୍ର ଫଟୋ ସେୟାର କରିଥିଲେ, ଯାହା ବିରୋଧରେ ଗୋଆରେ ତାଙ୍କ ବିରୋଧରେ ଅଭିଯୋଗ ଆସିଛି। ଏହି ସମୟରେ ତାଙ୍କ ପତ୍ନୀ ଅଙ୍କିତା ମିଲିନ୍ଦଙ୍କ ଆଉ ଏକ ସାର୍ଟ ବିହୀନ ଫଟୋ ସେୟାର କରିଛନ୍ତି।
ଏମିତିରେ ଦେଖିବାକୁ ଗଲେ ମିଲିନ୍ଦ ସୋମାନଙ୍କ ଇନଷ୍ଟା ଆକାଉଣ୍ଟ ସାର୍ଟଲେସ୍ ଫଟୋରେ ପରିପୂର୍ଣ୍ଣ। ବିଶେଷ କରି ଜନ୍ମଦିନରେ ସେ ତାଙ୍କର ଏକ ନ୍ୟୁଡ୍ ଫଟୋ ସେୟାର କରିଥିଲେ ଯାହାକୁ କିଛି ଦର୍ଶକ ପସନ୍ଦ କରି ନଥିଲେ ଏବଂ ଅଶ୍ଳୀଳତା ବ୍ୟାପିବା କାରଣରୁ ଦକ୍ଷିଣ ଗୋଆ ଜିଲ୍ଲା ପୋଲିସ ମିଲିନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ରିପୋର୍ଟ ଅନୁଯାୟୀ, ଆଇପିସିର ଧାରା ୨୯୪ ଏବଂ ୬୭ ଅନୁଯାୟୀ ତାଙ୍କ ବିରୋଧରେ ଅଭିଯୋଗ ଆସିଛି। ତେବେ ଏହି ସମୟରେ ପତ୍ନୀ ଅଙ୍କିତା ମିଲିନ୍ଦଙ୍କ ଆଉ ଏକ ସାର୍ଟଲେସ୍ ଫଟୋ ସେୟାର କରିଛନ୍ତି। ଅଙ୍କିତା ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି- ମୁଁ ସବୁବେଳେ ଗର୍ବ ଅନୁଭବ କରେ, ମୋର ଭିଟାମିନ୍ ଡି ବଟିକା। ଫଟୋରୁ ଏହା ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ ଅଙ୍କିତା ତାଙ୍କ ସ୍ୱାମୀଙ୍କ ସମର୍ଥନ କରୁଛନ୍ତି।
Comments are closed.