Latest Odisha News

BREAKING NEWS

ସିନ୍ଦେ ସମର୍ଥକ ସିଲ କଲେ ମହାରାଷ୍ଟ୍ର ଶିବସେନା ଅଫିସ

ମୁମ୍ବାଇ:ମହାରାଷ୍ଟ୍ର ମହାନାଟକରେ ଏକନାଥ ସିନ୍ଦେଙ୍କ ଗ୍ରୁପ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛନ୍ତି । ଇତି ମଧ୍ୟରେ ଖବର ଅନୁସାରେ ମହାରାଷ୍ଟ୍ର ଶିବସେନା ଅଫିସ ହାତେଇବା ପାଇଁ ୨ ଗୋଷ୍ଠୀ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିଥିଲା । ତେବେ ସିନ୍ଦେ ଗୋଷ୍ଠୀ ଅଫିସକୁ ସିଲ କରିଛି । ମରାଠୀରେ ଏକ ନୋଟିସ ଅଫିସ ବାହାରେ ଲଗାଯାଇଛି । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

ବିଜେପି ସମର୍ଥନରେ ସିନ୍ଦେ ଗୋଷ୍ଠୀ ସରକାର ଗଠନ କରିଛନ୍ତି । ସିନ୍ଧେଙ୍କ ସହ ୩୯ ବିଧାୟକ ରହିଥିବା ବେଳେ ଶିବସେନାଙ୍କ ପାଖରେ ୧୬ଜଣ ରହିଛନ୍ତି । ସରକାର ଗଠନ କରିବା ପରେ ଶିବସେନାକୁ ହାତେଇବା ପାଇଁ ସିନ୍ଦେ ଗୋଷ୍ଠୀ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ରାହୁଲ ନାର୍ଭେକର ବାଚସ୍ପତି ହେବା ସିନ୍ଦେ ଗୋଷ୍ଠୀଙ୍କ ଏକ ବଡ ବିଜୟ ବୋଲି କୁହାଯାଇଛି ।

Leave A Reply

Your email address will not be published.