Latest Odisha News

ଲୋକସଭା ଉପବାଚସ୍ପତି ପଦ ନେଇ ବିଜେଡିକୁ ଶିବସେନାର ବିରୋଧ

ନୂଆଦିଲ୍ଲୀ : ବିଜେଡି ପ୍ରାର୍ଥୀଙ୍କୁ ଲୋକସଭା ଉପବାଚସ୍ପତି ପଦ ମିଳିବାକୁ ନେଇ ଶିବସେନା ଗୁରୁବାର ଦିନ ବିଜେଡିକୁ କଡା ବିରୋଧ କରିଛି ।

ଏନେଇ ନୁଆଦିଲ୍ଲୀଠାରେ ଏଏନଆଇ ଗଣମାଧ୍ୟମକୁ ସୂଚନା ଦେଇ ଶିବସେନା ମୁଖପାତ୍ର ସଂଜୟ ରାଉତ କହିଛନ୍ତି, ତାଙ୍କ ଦଳ ଏନଡିଏର ଦ୍ୱିତୀୟ ବୃହତ୍ତମ ସହଯୋଗୀ ଦଳ। ତେଣୁ ଏହି ପଦବୀ ଆମକୁ କିମ୍ବା ଅନ୍ୟ କୌଣସି ଏନଡିଏର ସହଯୋଗୀଙ୍କୁ ମିଳିବା କଥା।

“ଏବେ ଉପବାଚସ୍ପତି ପଦ ବିଜେଡିକୁ ମିଳିବ ବୋଲି ରାଜନୈତିକ ମାହୋଲରେ ଚର୍ଚ୍ଚା ଚାଲିଛି। ଏହା କିପରି ସମ୍ଭବ ହେବ ? ଓଡ଼ିଶାରେ ବିଜେଡି ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିଥିଲା” ବୋଲି ଶ୍ରୀଯୁକ୍ତ ରାଉତ ଯୁକ୍ତି କରିଛନ୍ତି ।

Comments are closed.