Latest Odisha News

BREAKING NEWS

ଦଳର ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ଉପମୁଖ୍ୟନ୍ତ୍ରୀ ହେବାକୁ ରାଜି ଅଛି: ଡିକେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ କଂଗ୍ରେସ ପକ୍ଷରୁ କୌଣସି ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିବା ବେଳେ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ଓ ଶିବ କୁମାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ସୂଚନା ମିଳିଛି। ତେବେ ଘଟଣାକୁ ଚର୍ଚ୍ଚା ଜାରି ରହିଥିବା ବେଳେ ଶିବକୁମାର ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।

BjdElectrycity

ସେ କହିଛନ୍ତି ଯେ ଦଳର ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବାକୁ ମୁଁ ରାଜି ଅଛି। ସେ କହିଛନ୍ତି “କର୍ଣ୍ଣାଟକ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆଗକୁ ସଂସଦ ନିର୍ବାଚନ ଅଛି। ତେଣୁ ଦଳର ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଁ ଫର୍ମୁଲାରେ ରାଜି ଅଛି। କର୍ଣ୍ଣାଟକର ସେବା କରିବା ପାଇଁ ମୋର ଏବେ ଦାୟିତ୍ୱ ବଢ଼ିଗଲା। ଆମକୁ ସେବା କରିବାର ଅଛି। ”

ମିଳିଥିବା ସୂଚନା ଅନୁସାରେ ସିଦ୍ଧରମେୟା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ହେବେ।  ମେ ୨୦ ତାରିଖ ବେଙ୍ଗୁଲୁରୁରେ ସେ ଶପଥ ନେବେ। ତେବେ ଭାଇ ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ପଦରେ ହଁ ଭରିଥିବା ତାଙ୍କ ଭାଇ ଡି.କେ ଶୁରେଶ କିନ୍ତୁ ସମ୍ପୂର୍ଣ୍ଣ ଖୁସି ନାହାନ୍ତି।

ଏନେଇ ସୁରେଶ କହିଛନ୍ତି  “ମୁଁ ସମ୍ପୂର୍ଣ୍ଣ ଖୁସି ନାହିଁ ତେବେ କର୍ଣ୍ଣାଟକର ସ୍ୱାର୍ଥ ପାଇଁ ଆମକୁ ଆମ ପ୍ରତିଶ୍ରୁତି ପୂରଣ କରିବାକୁ ହେବ। ଏଥିପାଇଁ ଶିବକୁମାରଙ୍କୁ ଫର୍ମୁଲା ଗ୍ରହଣ କରିବାକୁ ପଡ଼ିଲା। ଆଗକୁ ଯିବାକୁ ଆହୁରି ରାସ୍ତାରେ ଅଛି। ଭବିଷ୍ୟତରେ ଦେଖିବା। ତେବେ ଶିବକୁମାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ମୁଁ ଚାହୁଁଥିଲି। କିନ୍ତୁ ଏହା ହେଲାନି। ତେଣୁ ଆମେ ଅପେକ୍ଷା କରିବୁ।”

ସୂଚନା ଥାଉକି ମେ ୧୦ ତାରିଖରେ କର୍ଣ୍ଣାଟକରେ ୨୨୪ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ହୋଇଥିଲା। ମେ ୧୩ ତାରିଖରେ ଭୋଟ ଗଣତି ହୋଇଥିଲା। ଏଥିରେ କଂଗ୍ରେସ ୧୩୫ ଆସନରେ ବିଜୟୀ ହୋଇଥିବା ବିଜେପିକୁ ମିଳିଛି ମାତ୍ର ୬୬ ଭୋଟ। ତେବେ କିଙ୍ଗ ମେକର କୁହାଯାଉଥିବା ଜେଡିଏସ୍‌କୁ ମିଳିଥିଲା ମାତ୍ର ୧୯ ଆସନ।

Leave A Reply

Your email address will not be published.