Latest Odisha News

BREAKING NEWS

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

ଯୋଡ଼ା : ଚମ୍ପୁଆ ରେଞ୍ଜ ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲା ହାତୀ । ବନବିଭାଗ ଉଦ୍ୟମରେ କୂଅରୁ ହାତୀଟିକୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ଗତ ରାତିରେ ୨୪ଟିକିଆ ହାତୀପଲ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ କାଞ୍ଚନପୁର ଦେଇ ଟୁଣଟୁଣା ଅଞ୍ଚଳକୁ ପ୍ରବେଶ କରିଥିଲେ । ଏହି ୨୪ଟିକିଆ ହାତୀପଲଙ୍କ ମଧ୍ୟରେ ୯ଟି ଦନ୍ତା, ୬ଟି ମାଈ ହାତୀ ଓ ୯ଟି ଛୁଆ ହାତୀ ରହିଛନ୍ତି । ବିଳମ୍ବିତ ରାତିରେ ହାତୀପଲ ଟୁଣଟୁଣା ଗାଁ ବୈତରଣୀ ନଦୀ କୂଳ ନିକଟ ବଗିଚା ଦେଇ ଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ମାଈ ହାତୀ ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲା । ସକାଳୁ ବନବିଭାଗ ଡ୍ରେଜର ସାହାଯ୍ୟରେ ମାଟି ଖୋଳି ହାତୀଟିକୁ ଉଦ୍ଧାର କରିଥିଲେ । ହାତୀଟି ସମ୍ପୁର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି।

ଏନେଇ ହାତୀଟି ଉଦ୍ଧାର ହେବା ପରେ ପାଖ ଜଙ୍ଗଲକୁ ଚାଲିଯାଇଥିବା ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ ଧନରାଜ ହନୁମନ୍ତ ।

 

Leave A Reply

Your email address will not be published.