ମୟୁରଭଞ୍ଜ: ମଣିଷ ଦେହରେ ପଶୁଙ୍କ ଇଞ୍ଜେକ୍ସନ ଦେଲା ନକଲି ଡାକ୍ତର । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରୁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଠାକୁରମୁଣ୍ଡା ବ୍ଲକ ମହୁଲଡିହାରେ ଜଣେ ବ୍ୟକ୍ତିଙ୍କୁ ଅଣ୍ଟା ବ୍ୟଥା ପାଇଁ ପଶୁଙ୍କ ପାଇଁ ବ୍ୟବହୃତ ଇଞ୍ଜେକ୍ସନ ବ୍ୟବହାର କରିବା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସମ୍ପୃକ୍ତ ଠକ ଚିକିତ୍ସକଙ୍କୁ ଥାନାରେ ଅଟକ ପରେ ଅଣ୍ଡରଟେକିଙ୍ଗ ରଖି ଛାଡି ଦିଆଯାଛି । ତେବେସମ୍ପୃକ୍ତ ଠକ ଚିକିତ୍ସକ ଡାକ୍ତରୀ କିମ୍ବା ଫାର୍ମାସିଷ୍ଟ ପାଠ ପଢି ନାହାନ୍ତି । ତାଙ୍କର ପ୍ରାକ୍ଟିସ ଅଛି ବୋଲି ସେ ଦାବି କରୁଛନ୍ତି ।
ମହୁଲଡିହା ଗ୍ରାମର ଶ୍ରୀକାନ୍ତ ମହାନ୍ତଙ୍କର ଅଣ୍ଟା ବ୍ୟଥା ହେଉଥିଲା । ଠକ ଚିକିତ୍ସକ ନିଜକୁ ଠାକୁରମୁଣ୍ଡା ଡାକ୍ତରଖାନାରୁ ଆସିଥିବା ପରିଚୟ ଦେବାରୁ ଶ୍ରୀକାନ୍ତଙ୍କ ପତ୍ନୀ ତାଙ୍କୁ ଘରକୁ ଡାକିନେଇଥିଲେ । ଠକ ଚିକିତ୍ସକ ବିଶ୍ୱନାଥ ବେହେରା ଶ୍ରୀକାନ୍ତଙ୍କ ଶରୀର ପରୀକ୍ଷା କରି ୩ଟି ଇଞ୍ଜେକ୍ସନ ଦେଇଥିଲେ । ଟଙ୍କା ମାଗିବାରୁ ପୁଅକୁ ଡକେଇଲେ । ପୁଅ ଆସି ଦେଖନ୍ତିତ ଇଞ୍ଜେକ୍ସନ ପଶୁଙ୍କ ପାଇଁ ।
ସଙ୍ଗେ ସଙ୍ଗେ ପୂର୍ବତନ ସମିତି ସଭ୍ୟଙ୍କୁ ଡାକି ଥାନାକୁ ନେଇଥିଲେ । ଥାନାରେ ଏକ ଅଣ୍ଡରଟେକିଙ୍ଗ ଲେଖାଇ ଛଡ଼ା ଯାଇଥିବା ଜଣାପଡିଛି । ବିଶ୍ୱନାଥ ବେହେରାଙ୍କ ଘର ଆନନ୍ଦପୁର କଣ୍ଟିପାଳ ଗ୍ରାମରେ । ସେ ଶ୍ରୀକାନ୍ତଙ୍କୁ ମେଲାକ୍ସିକାମ ଇଞ୍ଜେକ୍ସନ ଦେଇଥିବା ଏବଂ ଖୋଳରେ ମଣିଷଙ୍କ ପାଇଁ ନୁହେଁ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଲେଖାଥିବା ଦେଖିବାକୁ ମିଳିଛି ।
Comments are closed.