Latest Odisha News

ଏକ ଭାରତ ଶ୍ରେଷ୍ଠ ଭାରତ ଜୋନାଲ ଶୁଟିଂବଲ ଚାମ୍ପିୟନଶିପ ଉଦଯାପିତ

ପୁରୀ: ସ୍ଥାନୀୟ ଝାଡେଶ୍ୱରୀ କ୍ଲବରେ ଆୟୋଜିତ ଏକ ଭାରତ ଶ୍ରେଷ୍ଠ ଭାରତ ଜୋନାଲ ଶୁଟିଂବଲ ଚାମ୍ପିୟନଶିପ ଗୁରୁବାର ଉଦଯାପିତ ହୋଇଯାଇଛି । ଏହି ଚାମ୍ପିୟନିପରେ ୨ଟି ରାଜ୍ୟର ଟିମକୁ ମିଳିତ ଭାବେ ଗୋଟିଏ ଦଳ ଭାବେ ଖେଳାଯାଇଥିଲା । ପୁରୁଷ ବିଭାଗରେ ମଧ୍ୟପ୍ରଦେଶ-ନାଗାଲାଣ୍ଡ ଟାଇଟଲ ହାସଲ କରିଥିବା ବେଳେ ରାଜସ୍ଥାନ-ଆସାମ ରନର୍ସଅପ ହୋଇଥିଲେ । ମହିଳାରେ ରାଜସ୍ଥାନ-ଆସାମ ଚାମ୍ପିୟନ ଓ ପଣ୍ଡିଚେରୀ-ଡାମନଡିଉ ରନର୍ସଅପ ହୋଇଛନ୍ତି । ଉଦଯାପନୀ ଉତ୍ସବରେ ଓଏସବିଏର ସଭାପତି ଶୁଭାଶିଷ ଖୁଂଟିଆ, ଅତିରିକ୍ତ ଜିଲ୍ଲାପାଳ କୈଳାସ ଚନ୍ଦ୍ର ନାୟକ ଓ ସମ୍ମାନୀତ ଅତିଥି ଭାବେ ପ୍ରମୋଦ ପୃଷ୍ଟି, ରବୀନ୍ଦ୍ରନାଥ ପ୍ରଧାନ, କୃଷ୍ଣଚନ୍ଦ୍ର ପଣ୍ଡା, କୃଷ୍ଣଚନ୍ଦ୍ର ଦାସ, ଗୌରହରି ପ୍ରଧାନ, ରବିଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଚାମ୍ପିୟନଶିପକୁ ଆୟୋଜକ କ୍ଲବ ଶୃଙ୍ଖଳିତ ଭାବେ ପରିଚାଳନା କରିଥିଲା । ଦର୍ଶକଙ୍କ ଉପସ୍ଥିତି ମୁକାବିଲାଗୁଡିକୁ ବେଶ ରୋମାଂଚିତ କରିଥିଲା । ଆଗକୁ ଏ ଭଳି ଆହୁରି ଚାମ୍ପିୟନଶିପ ଆୟୋଜନ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଥିଲା ।

Leave A Reply

Your email address will not be published.