Latest Odisha News

BREAKING NEWS

ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ: ବିଜୟ ଅଭିଯାନ ଆରମ୍ଭ କଲେ ନିଖତ ଜରୀନ

ନୂଆଦିଲ୍ଲୀ: ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପରେ ଭାରତର ନିଖତ ଜରୀନ ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି । ୫୦ କିଗ୍ରା ମୁକାବିଲାର ପ୍ରଥମ ରାଉଣ୍ଡ ମୁକାବିଲାରେ ନିଖତ ଆଜରବୈଜାନର ଅନଖାନିମ ଇସମାଇଲୋଭାଙ୍କୁ ପରାସ୍ତ କରିଥିଲେ । ଟାଇଟଲ ଫେଭରାଇଟ ନିଖତ ଆରମ୍ଭରୁ ଡିଫେନ୍ସିଭ ଖେଳିଥିଲେ । ଏହା ପରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସହଜରେ ହରାଇଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ପରବର୍ତୀ ରାଉଣ୍ଡରେ ଭଲ ପ୍ରଦର୍ଶନ ନେଇ ଆଶାୟୀ ଅଛନ୍ତି ।

ଦ୍ୱିତୀୟ ରାଉଣ୍ଡରେ ସେ ଆଫ୍ରିକା ଚାମ୍ପିୟନ ରୋମାସା ବୋଆଲାମଙ୍କୁ ଭେଟିବେ । ୫୨ କିଗ୍ରା ବିଭାଗରେ ମଧ୍ୟ ଭାରତର ସାକ୍ଷୀ କଲମ୍ବିଆର ମାର୍ଟିନେଜ ମାରିୟାଙ୍କୁ ୫-୦ରେ ପରାସ୍ତ କରି ପ୍ରିକ୍ୱାର୍ଟରରେ ପ୍ରବେଶ କରିଛନ୍ତି । ସାକ୍ଷୀ ପ୍ରଥମ ଥର ପାଇଁ ଏହି ଚାମ୍ପିୟନଶିପରେ ଅଂଶଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.