Latest Odisha News

BREAKING NEWS

ଏୟାର ହୋଷ୍ଟେସ୍‍ ହେବେ ଶ୍ରଦ୍ଧା କପୁର !

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ହେବେ ଏୟାର ହୋଷ୍ଟେସ । ଶ୍ରଦ୍ଧାଙ୍କ ପ୍ରଶଂସକ ତାଙ୍କୁ ଆଉ ମାଟିରେ ନୁହେଁ ଏଥର ଆକାଶରେ ଉଡୁଥିବାର ଦେଖିବେ ।

ଆପଣ ମାନେ ଭାବୁଥିବେ ବଲିଉଡରେ ଏମିତି କଣ ଅଭାବ ରହିଗଲା ଯେ, ଶ୍ରଦ୍ଧା ଏୟାର ହୋଷ୍ଟେସ ହେବାକୁ ମନ ବଳାଇଲେଣି ।

ତେବେ ଜାଣି ରଖନ୍ତୁ ରିୟଲରେ ନୁହେଁ, ରିଲ ଲାଇଫରେ ଶ୍ରଦ୍ଧା ସାଜିବେ ଏୟାର ହୋଷ୍ଟେସ । ନିଜର ପ୍ରତ୍ୟେକଟି ଚଳଚ୍ଚିତ୍ରରେ ସର୍ବଦା ଅଲଗା ଅଲଗା ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିଥିବା ଶ୍ରଦ୍ଧା କପୁର ତାଙ୍କ ଆଗାମୀ ପିଲ୍ମ ‘ବାଗୀ-୩’ରେ ନଜର ଆସିବେ ଏୟାର ହୋଷ୍ଟେସ୍‍ ଭୂମିକାରେ ।

ଦର୍ଶକ ମାନେ ଶ୍ରଦ୍ଧାଙ୍କୁ ପ୍ରଥମ ଥର ପାଇଁ ଜଣେ ଏୟାର୍‍ ହୋଷ୍ଟେସ୍‍ ଭୂମିକାରେ ଦେଖିବାକୁ ପାଇବେ ବୋଲି ସୂଚନା ମିଳିଛି। ଏଥିପାଇଁ ସେ କିଛି ୱାର୍କସପରେ ଯୋଗଦେଇ ବିଶେଷ ପ୍ରଶିକ୍ଷଣ ମଧ୍ୟ ନେବେ।

ଶ୍ରଦ୍ଧା ଯେମିତି ଏହି ଚରିତ୍ରରେ ପରଫେକ୍ଟ ଦେଖାଯିବେ, ସେଥିପାଇଁ ‘ବାଗୀ-୩’ର ଟିମ୍‍ ତାଙ୍କ ଲୁକ୍‍ ଉପରେ କାମ କରିବା ଆରମ୍ଭ କରିଦେଲେଣି।

ଖୁବ୍‍ ବଡ଼ ବଜେଟ୍‍ରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରର ସୁଟିଂ ସେପ୍ଟେମ୍ବର ମାସରୁ ଆରମ୍ଭ ହେବ। ଅହମଦ ଖାନ ଏହାର ନିର୍ଦ୍ଦେଶନା ଭାର ବହନ କରୁଥିବା ବେଳେ ଶ୍ରଦ୍ଧାଙ୍କ ବିପକ୍ଷରେ ଟାଇଗର ଶ୍ରଫ ନଜର ଆସିବେ ।

Leave A Reply

Your email address will not be published.