Latest Odisha News

BREAKING NEWS

ଜେଲରୁ ଖସିଯାଇଥିବା ଦୁଷ୍କର୍ମ ଅଭିଯୁକ୍ତ ନୟାଗଡ଼ରେ ଗିରଫ

ନୟାଗଡ଼: ଖଣ୍ଡପଡ଼ା ସବ୍-ଜେଲରେ ଜଣେ ବିଚାରାଧିନ କଏଦୀ ପୂର୍ବରୁ ଖସିଯାଇଥିବା ବେଳେ ସୋମବାର ଦିନ ନୟାଗଡ଼ର କରବରା ଗ୍ରାମରେ ଗିରଫ କରାଯାଇଛି ।

ଖଣ୍ଡପଡ଼ା ସବ୍- ଜେଲରେ ବିଚାରାଧିନ କଏଦୀଭାବେ ରହୁଥିବା ତପନ ରାଉତ ନାମକ ଏହି ଅଭିଯୁକ୍ତ ଜଣକ ଗତ ଶନିବାରଠାରୁ ଜେଲ ପରିସରରୁ ଚମ୍ପଟ ମାରି ଖସିଯାଇଥିଲା । ସେ ମେ ୧୦ ତାରିଖରେ ଜେଲରୁ ଖସି ଚାଲିଯାଇଥିବା ବେଳେ ପରେ ଧରାପଡ଼ିଥିଲା ।

ଏହା ଉଲ୍ଲେଖଯୋଗ୍ୟ ଯେ, ସେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇ ଜେଲରେ ରହୁଥିଲା ।

ତପନ ଦୁଇ ଦୁଇଥର ଜେଲରୁ ଖସି ପଳାଇଯାଇଥିବା ଯୋଗୁଁ ତା’ନାମରେ ଖଣ୍ଡପଡ଼ା ଥାନାରେ ଅଧିକ ମାମଲା ରୁଜୁ କରାଯାଇଥିବାର ସୂଚନା ମିଳିଛି ।

ସେ ପୂର୍ବରୁ ମେ ୧୦ ତାରିଖରେ ସବ୍-ଜେଲରୁ ଖସି ଚାଲିଯାଇଥିବା ଯୋଗୁଁ ସେତେବେଳେ ଉପ-କାରରାଗାରର ୱାର୍ଡ଼ର କିଶୋର କୁମାର ସାହୁଙ୍କୁ ଜେଲ୍ ସୁପରିଟେଣ୍ଡେଣ୍ଟ ନିଲମ୍ବନ କରିଥିଲେ ।

Leave A Reply

Your email address will not be published.