Latest Odisha News

BREAKING NEWS

ଘରେ ରଖନ୍ତୁ ବଂଶୀ, ମିଳିବ ଅନେକ ଫାଇଦା

ବଂଶୀ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ଅତିପ୍ରିୟ। ବଂଶୀର ମଧୁର ସ୍ୱରକୁ ପ୍ରେମର ପ୍ରତୀକରୂପେ ଲୋକେ ମାନିଥାନ୍ତି ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଅବା ଦୋକାନରେ ବଂଶୀ ରଖିବା ଦ୍ୱାରା ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ଘରେ ବଂଶୀ ରଖିଲେ ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଓ ସଦ୍‌ଭାବନା ବଢାଇବା ସହ ଘରର ବାସ୍ତୁ ଦୋଷକୁ ମଧ୍ୟ ଦୂର କରିଥାଏ।

ଆଜି ଆମେ ଆପଣଙ୍କୁ ଜଣେଇବୁ ଘରେ ବଂଶୀ ରଖିବା ଦ୍ୱାରା କଣ ସବୁ ଲାଭ ମିଳିଥାଏ..

– ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଅଛି ତେବେ ପ୍ରଥମେ ଦେଖନ୍ତୁ ଆପଣଙ୍କ ବେଡ୍‌ରୁମ୍‌ର ଛାତରେ ବିମ୍‌ ଅଛି କି ନାହିଁ। ଯଦି ହଁ ତେବେ ବାସ୍ତୁଦୋଷ ଦୂର କରିବା ଲାଗି ବିମ୍‌ର ଦୁଇ ପାର୍ଶ୍ୱରେ ଲାଲ୍‌ ଫିତା ସାହାଯ୍ୟରେ ବଂଶୀ ବାନ୍ଧି ଦିଅନ୍ତୁ। ମନେରଖନ୍ତୁ ବଂଶୀର ମୁହଁ ଯେପରି ଆପଣଙ୍କ ବେଡ୍‌ ଆଡ଼କୁ ରହିବ।

-ଘରେ ଧନର ଅଭାବ ଦେଖାଦେଲେ ଏକ ଚାନ୍ଦିର ବଂଶୀକୁ ଠାକୁର ଘରେ ରଖନ୍ତୁ। ଏହା ଦ୍ୱାରା ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବ ଓ ଆପଣଙ୍କ ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ।

-ଯଦି କୌଣସି ପୁଅ, ଝିଅଙ୍କର ବାହାଘର ବାରମ୍ବାର ଭାଙ୍ଗିଯାଉଥାଏ ବା ବାହାଘର ହେବାରେ ବିଳମ୍ବ ହୋଇଥାଏ ତେବେ ବେଡ୍ ପାଖରେ ଅବା ତକିଆ ତଳେ ଲାଲ୍‌ ରଙ୍ଗର ବଂଶୀ ରଖନ୍ତୁ। ଦେଖିବେ ଖୁବ୍‌ ଶୀଘ୍ର ତାଙ୍କୁ ମନ ପସନ୍ଦର ଜୀବନ ସାଥୀ ମିଳିବେ।

-ଯେଉଁ ବ୍ୟକ୍ତି ଅନେକ ଚେଷ୍ଟା କରିବା ପରେ ମଧ୍ୟ ଭଲ ଚାକିରିଟିଏ ପାଇ ପାରିନଥାନ୍ତି, ତାଙ୍କ ପାଇଁ ବଂଶୀ ଅତ୍ୟନ୍ତ ଉପଯୋଗୀ ଅଟେ। ବାଉଁଶରେ ତିଆରି ଏକ ବଂଶୀ ପାଖରେ ରଖିବା ଦ୍ଵାରା ଏହି ସମସ୍ୟା ଦୂର ହୋଇଥାଏ। ଏହା ବ୍ୟତୀତ ନିଜ ଘରର କବାଟ ବା ମୁଖ୍ୟ ଦ୍ଵାର ପାଖରେ ହଳଦିଆ ରଙ୍ଗର ବଂଶୀ ଟାଙ୍ଗିଲେ ମଧ୍ୟ ଏହି ସମସ୍ୟା ଦୂର ହୋଇଥାଏ।

– ବ୍ୟବସାୟରେ ଉନ୍ନତି ପାଇଁ ଆପଣ ଏକ କାଠ ନିର୍ମିତ ବଂଶୀକୁ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ପୂଜା କରି ଦୋକାନ କିମ୍ବା ଅଫିସ୍‌ର ଛାତ ଉପରେ ଟାଙ୍ଗି ଦିଅନ୍ତୁ। ଅଳ୍ପଦିନ ମଧ୍ୟରେ ଫରକ ଜାଣି ପାରିବେ ।

Leave A Reply

Your email address will not be published.