ନୂଆଦିଲ୍ଲୀ:ସାରା ଦେଶରେ ଚହଳ ପକାଇ ଦେଇଛି ଶଦ୍ଧା ମର୍ଡର କେସ । ଖୁବ ସୁଚିନ୍ତିତ ଉପାୟରେ ପ୍ରେମିକ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କାଟି ଫିଙ୍ଗି ଦେବାକୁ ବସିଥିଲେ । ପାଦେ ପାଦେ ଜଗିରଖି କାମ କରୁଥିଲା ଅଫତାବ । ପ୍ରମାଣ ନଷ୍ଟ ହେବା ପରେ ହୁଏତ ଅଫତାବଙ୍କୁ ଧରିବା ପୋଲିସ ପାଇଁ କଷ୍ଟସାଧ୍ୟ ହୋଇଥାନ୍ତା । ହେଲେ ତା ପୂର୍ବରୁ ଧରାପଡିଗଲା ଜହ୍ଲାଦ ପ୍ରେମିକ ।
ବେଶ ସତର୍କତାର ସହ ହତ୍ୟାକାଣ୍ଡ ରଚିଥିଲା ଅଫତାବ । ଏପରିକି ଦିଲ୍ଲୀ ଏବଂ ମୁମ୍ବଇ ପୋଲିସକୁ ବି ଚକମା ଦେଇଥିଲା । ଦିଲ୍ଲୀ ଓ ମୁମ୍ବଇ ପୋଲିସକୁ ଅଫତାବ କହିଥିଲା, ମେ’ ୨୨ ତାରିଖରେ ଶ୍ରଦ୍ଧା ଝଗଡା କରି ଘର ଛାଡ଼ି ପଳାଇଥିଲେ । ଗଲାବେଳେ ସାଥୀରେ କେବଳ ନିଜ ମୋବାଇଲ ଫୋନ ନେଇଥିଲେ । ତେବେ ପୋଷାକପତ୍ର ତଥା ଅନ୍ୟାନ୍ୟ ଜିନିଷ ଏଠାରେ ଶ୍ରଦ୍ଧା ଛାଡି ଯାଇଥିଲେ ବୋଲି ଅଫତାବ କହିଥିଲା । ଅବଶ୍ୟ ପୋଲିସ ଅଫତାବର ଏପରି ବୟାନକୁ ବିଶ୍ୱାସ କରି ନ ଥିଲା । ତେଣୁ ପୋଲିସ ଅଫତାବ ଏବଂ ଶ୍ରଦ୍ଧାଙ୍କ ମୋବାଇଲ ଫୋନର କଲ୍ ଡିଟେଲ୍ସ ଏବଂ ଲୋକେସନ ଚେକ୍ କରିଥିଲା । ହେଲେ ଏହି ଚେକିଂରୁ ଯେଉଁ ତଥ୍ୟ ମିଳିଲା ତାହା ପୋଲିସର ନିଦ ହଜାଇ ଦେଇଥିଲା ।
ଯାଞ୍ଚରୁ ଜଣାପଡ଼ିଥିଲା, ମେ’ ୨୬ ତାରିଖରେ ଶ୍ରଦ୍ଧାଙ୍କ ନେଟ ବ୍ୟାକିଂ ଆପ୍ଲିକେଶନରୁ ଅଫତାବ ଆକାଉଣ୍ଟକୁ ୫୪ ହଜାର ଟଙ୍କା ଟ୍ରାନ୍ସଫର ହୋଇଛି । ହେଲେ ଅଫତାବ ବୟାନରେ କହିଥିଲା ଯେ, ମେ’ ୨୨ରୁ ଶ୍ରଦ୍ଧାଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ନାହିଁ । ଏହା ଥିଲା ଅଫତାବଙ୍କର ସବୁଠାରୁ ବଡ ଭୁଲ । ଏହାପରେ ନିଜ ଜାଲରେ ନିଜେ ଫସିଗଲେ ଅଫତାବ ।
ସେତିକି ନୁହେଁ, ମେ’ ୩୧ ତାରିଖରେ ଶ୍ରଦ୍ଧାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ଚାଟିଂ ସାମ୍ନାକୁ ଆାସିଥିଲା । ପୋଲିସ ଯେତେବେଳେ ଶ୍ରଦ୍ଧାଙ୍କ ଫୋନ ଲୋକେଶନ ବାହାର କଲା ତାହା ଥିଲା ଦିଲ୍ଲୀର ମହରୋଲୀ ଥାନା ଇଲାକାର ଥିଲା । ମେ’ ୨୬ ତାରିଖରେ ଯେଉଁ ଟଙ୍କା ଟ୍ରାନ୍ସଫର ହୋଇଥିଲା ତାହାର ଲୋକେଶନ ମଧ୍ୟ ମହରୋଲି ଥାନା ଇଲାକାର ଥିଲା ।
ପୋଲିସ ଯେତେବେଳେ ଅଫତାବଙ୍କୁ ପଚାରିଥିଲା, ଯଦି ମେ ୨୨ରେ ଶ୍ରଦ୍ଧା ଘର ଛାଡ଼ି ଚାଲି ଯାଇଥିଲା ତେବେ ତାଙ୍କର ଲୋକେଶନ ମହରୌଲି ଦେଖଉଛି କାହିଁକି ? ଅଫତାବ ଏହାର ଉତ୍ତର ଦେଇ ପାରି ନ ଥିଲେ । ପୋଲିସର ସନ୍ଦେହ ବଢିଥିଲା । ଘନଘନ ଜେରା ପରେ ନିଜକୁ ନିୟନ୍ତ୍ରଣ କରିପାରି ନ ଥିଲା ଅଫତାବ । ଶେଷରେ ସବୁ ସତ ଉଗାଳିଥିଲା ।
Comments are closed.