Latest Odisha News

BREAKING NEWS

ଶିମିଳିଗୁଡା ରାଜ୍ୟର ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ । ଥରୁଛି କୋରାପୁଟ ଜିଲ୍ଲା । କୋରାପୁଟର ଶିମିଳିଗୁଡା ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ଯାହାର ତାପମାତ୍ରା ୬.୪ଡିଗ୍ରୀ ରହିଛି । ତାପଛକୁ ଜି.ଉଦୟଗିରି ୭ ଡିଗ୍ରୀ, ଫୁଲବାଣୀ ଓ କୋରାପୁଟରେ ୧୦ ଡିଗ୍ରୀ ରହିଛି ପାରଦ । କନ୍ଧମାଳର ଦାରିଙ୍ଗବାଡିରେ ତାପମାତ୍ରୀ ରହିଛି ୧୦.୫ ଡିଗ୍ରୀ ।

ଅନ୍ୟପଟେ ୧୪ ଡିଗ୍ରୀ ତଳେ ରହିଛି ୯ଟି ସହରର ତାପମାତ୍ରା । ଭବାଣୀପାଟଣା ଓ ବୌଦ୍ଧରେ ୧୨ ଡିଗ୍ରୀ, ଝାରସୁଗୁଡାରେ ୧୩.୨ଡିଗ୍ରୀ, କେନ୍ଦୁଝରରେ୧୩.୪ ଡିଗ୍ରୀ ରହିଛି ପାରଦ । ଗତ ୨୪ ଘଣ୍ଟା ମଧ୍ୟରେ ଶିମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।

Leave A Reply

Your email address will not be published.