Latest Odisha News

BREAKING NEWS

ତରଙ୍ଗରେ ଆରମ୍ଭ ହୋଇଛି ପୌରାଣିକ କଥାବସ୍ତୁ ଆଧାରିତ ସିରିଏଲ ‘ଶ୍ରୀଜଗନ୍ନାଥ’

ଭୁବନେଶ୍ୱର: ଦୂରଦର୍ଶନ ଓ ଡିଡି ଭାରତୀରେ ପୌରାଣିକ କଥାବସ୍ତୁ ଆଧାରିତ ରାମାୟଣ ଓ ମହାଭାରତ ଆରମ୍ଭ ହୋଇଥିବା ବେଳେ ଲୋକପ୍ରିୟ ଚ୍ୟାନେଲ ତରଙ୍ଗରେ ସୋମବାରଠାରୁ ଆରମ୍ଭ ହୋଇଛି ‘ଶ୍ରୀଜଗନ୍ନାଥ’ ।

ପ୍ରତିଦିନ ସକାଳ ୯ଟାରେ ଏହା ପ୍ରସାରିତ ହେଉଛି । ଏ ନେଇ ତରଙ୍ଗ ଚ୍ୟାନେଲ ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି । ତେବେ ଦୂରଦର୍ଶନରେ ରାମାୟଣ ଓ ତରଙ୍ଗରେ ଶ୍ରୀଜଗନ୍ନାଥ ଏକ ସମୟରେ ପ୍ରସାରିତ ହେଉଥିବାରୁ କେତେକ ଦର୍ଶକ ଅଭିଯୋଗ କରିଛନ୍ତି । ଶ୍ରୀଜଗନ୍ନାଥର ପ୍ରସାରଣର ସମୟକୁ ଘୁଞ୍ଚାଇବା ପାଇଁ ସେମାନେ ଟ୍ୱିଟରରେ ଅନୁରୋଧ କରିଛନ୍ତି ।

କରୋନା ସଂକ୍ରମଣ ଭୟରେ ଲକ୍ ଡାଉନ ଘୋଷଣା ହୋଇଥିବା ବେଳେ ପୁରୁଣା ପୌରାଣିକ କାହାଣୀ ଆଧାରିତ ସିରିଏଲଗୁଡିକର ପୁନଃ ପ୍ରସାରଣ ଦର୍ଶକମାନେ ବେଶ୍ ଉପଭୋଗ କରୁଛନ୍ତି ।

Leave A Reply

Your email address will not be published.