ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ ଶ୍ରୀଜଗନ୍ନାଥ କଥାମୃତ କାର୍ଯ୍ୟକ୍ରମ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପ୍ରବଚକ ସଚ୍ଚିଦାନନ୍ଦ ଦାସ ବାବାଜୀ ଏହି କାର୍ଯ୍ୟକ୍ରମରେ କଥାମୃତ ପରିବେଷଣ କରିଥିଲେ ।
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଲୌକିକ ରମଣୀୟ ଲୀଳାକଥା ଶ୍ରବଣ କରିବା ସହିତ ଭକ୍ତିଭାବରେ ତାଙ୍କ ନିକଟରେ ସମର୍ପିତ ହେବା ଦ୍ବାରା ମନୁଷ୍ୟ ଅନାୟାସରେ ଭବ ବନ୍ଧନରୁ ମୁକ୍ତିଲାଭ କରିଥାଏ । ବର୍ତ୍ତମାନର ଦୁଃସହ ପରିସ୍ଥିତିରେ ଆମେ ସମସ୍ତେ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତିଭାବରେ ଆଶ୍ରୟ କରି ଏ ଦୁଃଖଦ ସମୟରୁ ମୁକ୍ତି ପାଇବା ବୋଲି ପୂଜ୍ଯବାବା ପ୍ରବଚନ ମାଧ୍ୟମରେ ମତ ବ୍ଯକ୍ତ କରିଥିଲେ ।
ଏହି କଥାମୃତ କାର୍ଯ୍ୟକ୍ରମରେ ଦିଲ୍ଲୀ, ବମ୍ବେ, ବାଙ୍ଗାଲୋର ସମେତ ଅନ୍ଯାନ୍ଯ ରାଜ୍ୟରେ ଥିବା ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ପ୍ରତିଷ୍ଠାନର ସଭ୍ଯ ସଭ୍ଯା ଯୋଗ ଦେଇଥିଲେ।
Comments are closed.