Latest Odisha News

BREAKING NEWS

ଟପ ଗ୍ରେଡରୁ ବାହାର ହେବେ କି ରୋହିତ, ବିରାଟ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫଳାଫଳ ଟିମ ଇଣ୍ଡିଆର ଅନେକ କ୍ରିକେଟରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ । କ୍ରମାଗତ ଭଲ ପ୍ରଦର୍ଶନ କରି ଶ୍ରେୟାଶ ଆୟାର ବିସିସିଆଇକୁ ପ୍ରଭାବିତ କରିପାରିଛନ୍ତି । ଶ୍ରେୟାଶଙ୍କୁ ଚାମ୍ପିୟନ୍ସ ଟ୍ରଫି ପରେ ବିସିସିଆଇ ପୁରସ୍କୃତ କରିବା ସମ୍ଭାବନା ରହିଛି । ବିସିସିଆଇ ଖୁବ ଶୀଘ୍ର ସେଂଟ୍ରାଲ କଂଟ୍ରାକ୍ଟ ରିନ୍ୟୁ କରିବ । ଏଥିରେ ଶ୍ରେୟାଶଙ୍କ ନାମ ସାମିଲ ହେବ ବୋଲି ଅନୁମାନ କରାଯାଉଛି । ଗତ ବର୍ଷ ବିଶୃଙ୍ଖଳିତ ଆଚରଣ ଯୋଗୁ ବିସିସିଆଇ ତାଙ୍କୁ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ଦେଇଥିଲା । ଏହି ଘଟଣା ପରେ ଶ୍ରେୟାଶ ନିଜ କ୍ୟାରିୟର ନେଇ ବେଶ ଯତ୍ନବାନ ହୋଇ ପଡିଛନ୍ତି । ପୂର୍ବ ଭଳି ଆଉ କୌଣସି ଭୁଲ ନ କରି ଏବେ କ୍ରିିକେଟ ପ୍ରତି ମନୋନିବେଶ କରିଛନ୍ତି । ବିସିସିଆଇ ଖେଳାଳିଙ୍କ ପ୍ରଦର୍ଶନକୁ ଭିତି କରି ନୂତନ ସେଂଟ୍ରାଲ କଂଟ୍ରାକ୍ଟ ଜାରୀ କରିବ ।

ଗ୍ରେଡ ଏ ପ୍ଲସ ଉପରେ ମଧ୍ୟ ବିସିସିଆଇ ସମୀକ୍ଷା କରିବ । ଏହି ଗ୍ରେଡରେ ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମରାହ ଓ ରବୀନ୍ଦ୍ର ଜାଡେଜାଙ୍କ ପରି ଖେଳାଳି ରହିଛନ୍ତି । ରିପୋର୍ଟ ମୁତାବକ ଏମାନଙ୍କୁ ଏହି ଗ୍ରେଡରୁ ବାହାର କରିବା ପାଇଁ ବୋର୍ଡ ଚିନ୍ତା କରୁଛି । ଯେଉଁ କ୍ରିକେଟର ୩ଟି ଯାକ ଫର୍ମାଟ ଖେଳୁଛନ୍ତି ସେମାନଙ୍କୁ ପ୍ରାଥମିକତା ଦିଆଯିବ । ରୋହିତ, ବିରାଟ ଓ ଜାଡେଜା ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେଇ ସାରିଛନ୍ତି । ବିସିସିଆଇ କେନ୍ଦ୍ରରୟ ଚୁକ୍ତି ପରୋକ୍ଷରେ ରୋହିତ, କୋହଲିଙ୍କ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ କରିବ ବୋଲି ମଧ୍ୟ ଅନୁମାନ କରାଯାଉଛି ।

Comments are closed.