ଭୁବନେଶ୍ବର: ରାଜ୍ୟରେ ହଷ୍ଟେଲରେ ବଢୁଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ସଂଖ୍ୟା । ରାଜ୍ୟରେ ୨୦୨୪ ଜୁଲାଇରୁ ଆଦିବାସୀ ଆବାସିକ(ଏସଟି) ହଷ୍ଟେଲରେ ମୃତ୍ୟୁ ସଂଖ୍ୟା ବଢ଼ିଛି । ଗତ ୮ ମାସରେ ମୃତ୍ୟୁସଂଖ୍ୟା ୨୬କୁ ପହଞ୍ଚିଛି । ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନରେ କିଛି ଏପରି ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ତଥା ଏସଟି ଏସସି ବିକାଶ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ଗତ ୮ମାସ ଭିତରେ ବିଭିନ୍ନ କାରଣରୁ ବିଭିନ୍ନ ଜିଲ୍ଲାରେ ହଷ୍ଟେଲରେ ୨୬ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ଜିଲ୍ଲାରେ ମୃତ୍ୟୁ ହୋଇଥିବା ୨୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଛି ।
Comments are closed.