Latest Odisha News

BREAKING NEWS

ଶ୍ରୀରାମ, ରାବଣ ଏଠାରେ ଏକତ୍ର ପୂଜା ପାଇଲେ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସୋମବାର ସମ୍ପନ୍ନ ହୋଇଛି । ଗ୍ରେଟର ନୋଏଡାର ବିସଖ ସ୍ଥିତ ଶିବ ମନ୍ଦିରରେ ବୈଦିକ ମନ୍ତ୍ରଉଚ୍ଚାରଣ ସହ ଭଗବାନ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ରାବଣଙ୍କ ଜନ୍ମସ୍ଥଳୀ କୁହାଯାଉଥିବା ବିସଖରେ ଥିବା ଏହି ପ୍ରାଚୀନ ଶିବ ମନ୍ଦିରରେ ପ୍ରଥମ ଥର ପାଇଁ ଭଗବାନ ଶ୍ରୀରାମ ପରିବାର ସହିତ ବିରାଜମାନ ହୋଇଛନ୍ତିି । ରାବଣ ଏବଂ ଶ୍ରୀରାମ ଏଠାରେ ଏକତ୍ର ପୂଜା ପାଇବେ । ପୂର୍ବରୁ ରାବଣ ମନ୍ଦିରର ନିର୍ମାଣ କରାଯାଇଥିଲା । ଏଥିରେ ରାବଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ପ୍ରତିମା ରହିଛି । ଏହା ମନ୍ଦିର ମଧ୍ୟ ଭାଗରେ ଶିବ ଲିଙ୍ଗ ରହିଛି ।

ଗ୍ରାମୀଣଙ୍କ କହିବା ଅନୁସାରେ ବିଶ୍ରବା ପଣ୍ଡିତମାନଙ୍କ ଦ୍ୱାରା ଶିବଲିଙ୍ଗ ସ୍ଥାପନ କରାଯାଇଥିଲା । ରାଜନେତା ଚନ୍ଦ୍ରା ସ୍ୱାମୀ ପୁରାତତ୍ୱ ବିଭାଗ ଅଧିକାରୀଙ୍କ ସହ ଏଠାକୁ ଶିବଲିଙ୍ଗ ଖୋଳାଇଥିଲେ । ୧୦୦ ଫୁଟ ପରେ ସେମାନେ ହାର ମାନି ପଳାଇ ଯାଇଥିଲେ । ରାବଣଙ୍କ ପିତା ବିଶ୍ରୱା ପଣ୍ଡିତଙ୍କ ନାମରେ ଏହି ମନ୍ଦିର ରଖାଯାଇଛି ।

Leave A Reply

Your email address will not be published.