Latest Odisha News

BREAKING NEWS

ଟ୍ରାକ ସଜାଡିବା ବେଳେ ମାଡିଗଲା ଟ୍ରେନ, ୩ରେଳ କର୍ମଚାରୀ ମୃତ

ମୁମ୍ୱାଇ: ରେଳ ଲାଇନ ମରାମତି ବେଳେ ମାଡିଗଲା ଲୋକାଲ ଟ୍ରେନ। ଘଟଣାସ୍ଥଳରେ ୩ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୁମ୍ୱାଇରେ ଘଟିଛି ଏହି ଦୁର୍ଘଟଣା। ମୃତ କର୍ମଚାରୀ ଭାୟାଣ୍ଡର ମୁଖ୍ୟ ସିଗନାଲିଂ ଇନ୍ସପେକ୍ଟର ବାସୁ ମିତ୍ର, ଇଲେକଟ୍ରିକାଲ ସିଗନାଲିଂ ମେଣ୍ଟେନର ସୋମନାଥ ଉତ୍ତମ ଲମ୍ବୁଟ୍ରେ ଓ ହେଲପର ସଚିନ୍ ୱାନଖଡେ।

ସମସ୍ତେ ମୁମ୍ବାଇ ଡିଭିଜନ ସିଗନାଲ୍ ବିଭାଗରେ କାର୍ଯ୍ୟରତ ଥିଲେ। ସିଗନାଲ୍ ପଏଣ୍ଟରେ ସମସ୍ୟା ଦେଖାଦେଇଥିଲା। ସେଠାରେ ସମସ୍ୟାର ଅନୁଧ୍ୟାନ କରିବାକୁ ଯାଇଥିଲେ ୩କର୍ମଚାରୀ। ହଠାତ ଭାସାଇ ରୋଡ୍ ଏବଂ ନାଇଗାଓନ୍ ମଧ୍ୟରେ ଯାଉଥିବା ଏକ ଲୋକାଲ ଟ୍ରେନ୍ ସେମାନଙ୍କ ଉପରେ ମାଡି ଯାଇଥିଲା। ବିଭାଗୀୟ ରେଳ ପରିଚାଳକ ଏବଂ ଅନ୍ୟ ବରିଷ୍ଠ ରେଳ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

ପ୍ରତି ମୃତକଙ୍କ ପରିବାରକୁ ୫୫ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ସଚିନ୍ ୱାନକେଡେ ଏବଂ ସୋମନାଥଙ୍କ ପରିବାର ସଦସ୍ୟଙ୍କୁ ୪୦ଲକ୍ଷ ଓ ବାସୁ ମିତ୍ରଙ୍କ ପରିବାର ଲୋକଙ୍କୁ ୧.୨୪କୋଟି ସହାୟତା ମିଳିବ। ସମସ୍ତ ସହାୟତା ରାଶି ଆଗାମୀ ୧୫ଦିନ ମଧ୍ୟରେ ପରିବାର ଲୋକଙ୍କୁ ପ୍ରଦାନ କରାଯିବ। ଦୁର୍ଘଟଣା କିପରି ଘଟିଲା ସେନେଇ ତଦନ୍ତ କରୁଛି ରେଳ ବିଭାଗ।

Leave A Reply

Your email address will not be published.