Latest Odisha News

BREAKING NEWS

ଆସନ୍ତାକାଲିରୁ ଶ୍ରୀମନ୍ଦିର ସେବାୟତ ପରିବାରଙ୍କ କୋଭିଡ ଟେଷ୍ଟ 

ପୁରୀ : କାଲିଠୁ ଶ୍ରୀମନ୍ଦିର ସେବାୟତ ପରିବାରଙ୍କ କୋଭିଡ ଟେଷ୍ଟ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏକ ମାସ ଧରି ଏହି ଟେଷ୍ଟ ଜାରି ରହିବ । ବଡଦାଣ୍ଡସ୍ଥିତ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ପ୍ରତିଦିନ ସେବାୟତଙ୍କ ଟେଷ୍ଟ କରାଯିବ । ୨୭ରୁ ଫେବ୍ରୁଆରି ୨୮ ତାରିଖ ମଧ୍ୟରେ ବିଭିନ୍ନ ନିଯୋଗ ସଦସ୍ୟଙ୍କ ଟେଷ୍ଟ ହେବ । ପ୍ରତିଦିନ ୫୦ ଜଣ ସେବକଙ୍କ କୋଭିଡ୍‌ ଟେଷ୍ଟ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । 

ଦେଶବିଦେଶରୁ ଏବେ ଭକ୍ତ ଶ୍ରୀମନ୍ଦିର ଆସିବା ଆରମ୍ଭ କରିଛନ୍ତି । ଏହି କାରଣରୁ କୋଭିଡ୍‌ ସଂକ୍ରମଣ ଆଶଙ୍କା କରାଯାଉଛି । ଏଥିପ୍ରତି ସତର୍କ ରହିବାକୁ ଶ୍ରୀମନ୍ଦିର ସେବାୟତ ପରିବାରଙ୍କ କୋଭିଡ୍‌ ଟେଷ୍ଟ ଆରମ୍ଭ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । 

 

Leave A Reply

Your email address will not be published.