ଭୁବନେଶ୍ୱର: ‘ସାନ ସିନା ଦାନ ତା ମହାନ’ ଏ ଉକ୍ତି ଟା ଆପଣ ଶୁଣିଥିବେ ନିଶ୍ଚୟ । ଏଭଳି ଘଟଣା ପୁନଃ ସାମ୍ନାକୁ ଆସିଛି ରାଜଧାନୀର କଳ୍ପନା ଅଞ୍ଚଳରୁ । ମୃତ୍ୟୁ ପରେ ବି ଅମର ହୋଇଯାଇଛି ଆଠ ବର୍ଷର କୁନି ପୁଅ ଶୁଭୋଜିତ ସାହୁ । ପୁଅର ମୃତ୍ୟୁ ପରେ ଶରୀର ଦାନ କରିଛନ୍ତି ପରିବାର ଲୋକେ । ପୁଅର ୮ଟି ଅଙ୍ଗକୁ ଦାନ କରିଛନ୍ତି ସୁଭୋଜିତଙ୍କ ବାପା ମାଆ ।
ତେବେ ଛୋଟ ବୟସରେ ଅଙ୍ଗଦାନ କରି ଅମର ହୋଇଯାଇଥିବା ୮ ବର୍ଷୀୟ ଶୁଭୋଜିତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଗଲା । ଆଜି ପରିବାର ଲୋକଙ୍କ ଉପସ୍ଥିତିରେ ସତ୍ୟନଗର ଶ୍ମଶାନରେ ଆଜି ଶୁଭୋଜିତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ସମୟରେ ପୋଲିସ କମିଶନର ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂହ ଉପସ୍ଥିତ ଥିଲେ ।
ସୂଚନା ଅନୁଯାୟୀ, ଭୁବନେଶ୍ଵର କଳ୍ପନା ଅଞ୍ଚଳର ଡାକ୍ତର ବିଶ୍ୱଜିତ ସାହୁଙ୍କ ପୁଅ ଶୁଭୋଜିତ୍ ଦ୍ଵିତୀୟ ଶ୍ରେଣୀର ପାଠ ପଢୁଥିଲେ । ଗତ ବୁଧବାର ଦିନ ସ୍କୁଲ୍ ପରୀକ୍ଷା ଦେବା ପାଇଁ ଯାଇଥିଲେ । ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ସ୍କୁଲ କର୍ତୃପକ୍ଷ ଶୁଭୋଜିତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟଲ୍ ନେଇ ଯାଇଥିବାବେଳେ ପରେ ପରିବାର ଲୋକ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇ ଚିକିତ୍ସା ଆରମ୍ଭ କରିଥିଲେ । ମାତ୍ର ଗୁରୁବାର ଦିନ ଡକ୍ଟର ଶୁଭୋଜିତଙ୍କୁ ବ୍ରେନ୍ ଡେଡ୍ ଘୋଷୋଣା କରିଥିଲେ । ଏହା ପରେ ତାଙ୍କ ଶରୀର ଦାନ କରିଛନ୍ତି ପରିବାର ଲୋକ ।
Comments are closed.