Latest Odisha News

ଶ୍ୟାମାମଣି ଦେବୀ ପାଇବେ ‘କଳିଙ୍ଗ ଭାରତୀ ସମ୍ମାନ’

ଭୁବନେଶ୍ବର : କଳିଙ୍ଗ ଭାରତୀ ଉତ୍କଳ ଛାତ୍ର ସାହିତ୍ୟ ସମାଜ ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୭୯ ତମ ଜୟନ୍ତୀ ଅବସରରେ ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଶ୍ୟାମାମଣି ଦେବୀଙ୍କୁ ମର୍ଯ୍ୟାଦାଜନକ ‘କଳିଙ୍ଗ ଭାରତୀ ସମ୍ମାନ’ ପ୍ରଦାନ କରାଯିବ। ଜୀବନବ୍ୟାପୀ ସଙ୍ଗୀତ ସାଧନା ସହ ରୀତିଯୁଗୀୟ ସଙ୍ଗୀତ ଧାରାର ପ୍ରଚାର ପ୍ରସାର ସହ ଭଞ୍ଜ ସଙ୍ଗୀତକୁ ଲୋକପ୍ରିୟ କରିବା ଦିଗରେ ତାଙ୍କର ନିଷ୍ଠାପର ଉଦ୍ୟମ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି ।

ଚଳିତ ମାସ ୧୨ ରୁ ୨୨ ତାରିଖ ମଧ୍ୟରେ କଟକ ମିଶନ୍ ରୋଡ଼ ସ୍ଥିତ ଭଞ୍ଜ ମଣ୍ଡପରେ ଆୟୋଜିତ ହେବାକୁ ଥିବା ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଉତ୍ସବର ଉଦଯାପନୀ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। କଳିଙ୍ଗ ଭାରତୀ ଉତ୍କଳ ଛାତ୍ର ସାହିତ୍ୟ ସମାଜ ଓଡ଼ିଶାର ଏକ ପ୍ରାଚୀନ ଅନୁଷ୍ଠାନ। ୧୯୪୪ ମସିହାରୁ ରୀତି ଯୁଗୀୟ ସାହିତ୍ୟ ଓ କଳା କ୍ଷେତ୍ରରେ ସମର୍ପିତ ବ୍ୟକ୍ତିତ୍ବଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।

Comments are closed.