ଭୁବନେଶ୍ବର: ପୋଲିସ ଏସଆଇ ପରୀକ୍ଷା ନେଇ ପ୍ରକାଶ ପାଇଲା ତାରିଖ । ମାର୍ଚ୍ଚ ୮ ଓ ୯ରେ ଅନୁଷ୍ଠିତ ହେବ ପରୀକ୍ଷା । ମୋଟ ୯୩୩ ପଦବୀ ପାଇଁ ପରୀକ୍ଷା ହେବ । ଏନେଇ ସୂଚନା ଜାରି ହୋଇଛି । ଏସଆଇ ରାଙ୍କର ଅନ୍ୟ ସବୁ ପଦବୀ ପାଇଁ ମଧ୍ୟ ପରୀକ୍ଷା ହେବ ବୋଲି ସୂଚନା ଦିଆଯାଇଛି ।
ବିଭିନ୍ନ ଜିଲ୍ଲା କେନ୍ଦ୍ରରେ ଓଏମଆର ସିଟ୍ ରେ ପରୀକ୍ଷା ହେବ । ପରୀକ୍ଷାର୍ଥୀମାନଙ୍କୁ ମାର୍ଚ୍ଚ ୧ ତାରିଖରୁ ଓଡ଼ିଶା ପୋଲିସ ୱେବସାଇଟ୍ ରୁ ଆଡମିଟ୍ କାର୍ଡ ଡାଉନଲୋଡ କରିବାକୁ ପରାମର୍ଶ ଦିଆଯାଇଛି । ଓଡ଼ିଶା ପୋଲିସ ରିକ୍ୟୁରମେଣ୍ଟ ବୋର୍ଡ ଏହି ପରୀକ୍ଷା ପରିଚାଳନା କରିବ ।
Comments are closed.