Latest Odisha News

BREAKING NEWS

ଏହି ରୋଗରେ ପୀଡିତ ଅଛନ୍ତି ସିଦ୍ଧୁଙ୍କ ପତ୍ନୀ, ଭାବପ୍ରବଣ ପୋଷ୍ଟ ଲେଖି ଜଣାଇଲେ ପୂର୍ବତନ କଂଗ୍ରେସ ନେତ୍ରୀ

ଚଣ୍ଡିଗଡ଼: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ କର୍କଟ ରୋଗରେ ପୀଡି଼ତ ଅଛନ୍ତି । ସେ ନିଜେ ଏହି ସୂଚନା ଟୁଇଟ୍ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ କର୍କଟ ରୋଗର ଦ୍ୱିତୀୟ ଷ୍ଟେଜରେ ପୀଡି଼ତ ଅଛନ୍ତି। ଏକ ମାମଲାରେ ନବଜୋତ ସିଂ ସିଦ୍ଧୁ ଜେଲରେ ଥିବାବେଳେ ଆଜି ନବଜୋତଙ୍କର ଅପରେସନ୍ ଅଛି । ତାଙ୍କର ଅସ୍ତ୍ରୋପଚାର ଚଣ୍ଡିଗଡ଼ରେ କରାଯିବ। ଅପରେସନ ପୂର୍ବରୁ ନବଜୋତ କୌର ସିଦ୍ଧୁ ଟୁଇଟ୍ କରି କହିଛନ୍ତି, ଯେ “ସେ(ନବଜୋତ ସିଂ ସିଦ୍ଧୁ) ଏମିତି ଏକ ଅପରାଧ ପାଇଁ ଜେଲରେ ଅଛନ୍ତି, ଯାହା ସେ କରିନଥିଲେ । ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ କ୍ଷମା କର। ପ୍ରତ୍ୟେକ ଦିନ ତୁମ ମୁକ୍ତିକୁ ଅପେକ୍ଷା କରିବା ଅତ୍ୟନ୍ତ କଷ୍ଟଦାୟକ । ସତ୍ୟ ସବୁବେଳେ ଶକ୍ତିଶାଳୀ, କିନ୍ତୁ ଏହାକୁ ବାରମ୍ବାର ପରୀକ୍ଷା କରାଯାଏ। ତୁମକୁ ଅପେକ୍ଷା କରିପାରୁ ନାହିଁ, କାରଣ ମୁଁ କର୍କଟ ରୋଗର ଦ୍ୱିତୀୟ ଷ୍ଟେଜରେ ଅଛି’।

ସୂଚନାଯୋଗ୍ୟ ଯେ ନବଜୋତ ସିଂ ସିଦ୍ଧୁ ଏକ ମାମଲାରେ ଏବେ ପଟିଆଲା ଜେଲରେ ଅଛନ୍ତି । ଏହାପୂର୍ବରୁ ଚର୍ଚ୍ଚା ହୋଇଥିଲା ଯେ ସିଦ୍ଧୁ ଜାନୁଆରୀରେ ମୁକ୍ତ ହେବାକୁ ଯାଉଛନ୍ତି, କିନ୍ତୁ ତାଙ୍କୁ ମୁକ୍ତ କରାଯାଇନଥିଲା । ଏବେ ଆଲୋଚନା ହେଉଛି ଯେ ସିଦ୍ଧୁ ଏପ୍ରିଲ ପହିଲାରେ ଜେଲରୁ ବାହାରିପାରନ୍ତି | ବାସ୍ତବରେ, ମେ ୧୯, ୨୦୨୨ରେ ସିଦ୍ଧୁଙ୍କୁ ସୁପ୍ରିମକୋର୍ଟ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କୁ ମେ ୧୮ ପର୍ଯ୍ୟନ୍ତ ଜେଲରେ ରହିବା କଥା । କିନ୍ତୁ ନିୟମ ଅନୁଯାୟୀ, କଏଦୀମାନଙ୍କୁ ଗୋଟିଏ ମାସରେ ୪ ଦିନ ଛୁଟି ଦିଆଯାଏ, କିନ୍ତୁ ସିଦ୍ଧୁ ଏହି ସମୟ ମଧ୍ୟରେ ଗୋଟିଏ ଦିନର ଛୁଟି ମଧ୍ୟ ନେଇ ନଥିଲେ। ଏହି ପରିପ୍ରେକ୍ଷୀରେ, ୪୮ ଦିନ ପୂର୍ବରୁ ତାଙ୍କ ଦଣ୍ଡ ସମାପ୍ତ ହେବ ଏବଂ ସେ ୧ ଏପ୍ରିଲରୁ ଜେଲରୁ ବାହାରି ପାରନ୍ତି।

Leave A Reply

Your email address will not be published.