Latest Odisha News

BREAKING NEWS

ବୁଲେଟ ଟ୍ରେନ ଦୁନିଆରେ ଏସବୁ ଦେଶରେ ନାହିଁ ରେଳଧାରଣା

ନୂଆଦିଲ୍ଲୀ: ଆପଣ ରେଳଧାରଣା ଓ ରେଳ ତ ନିଶ୍ଚୟ ଦେଖିଥିବେ । ତେବେ ଆପଣ ଭାବୁଥିବେ ଯେ ବିଶ୍ୱର ସବୁ ଦେଶରେ ରେଳ ଗଡୁଥିବ । ତେବେ ଏହା ସତ ନୁହେଁ । ବିଶ୍ୱରେ ଏମିତି ବି କିଛି ଦେଶ ଅଛନ୍ତି ଯେଉଁଠାରେ ରେଳ ଛାଡ଼ନ୍ତୁ ରେଳଧାରଣା ମଧ୍ୟ ନାହିଁ । ଏବେ ଆପଣ ଭାବୁଥିବେ ଯେ ବୋଧେ ଏହି ଦେଶଗୁଡିକ ଆର୍ଥିକ ସ୍ଵଛଳ ନଥିବ, କିନ୍ତୁ ସତ କଥା ହେଉଛି
ଏହି ଦେଶମାନଙ୍କ ପାଖରେ ଅର୍ଥର ଅଭାବ ନାହିଁ । ଅର୍ଥର ଅଭାବ ନଥିଲେ ବି ଏହି ଦେଶରେ ଟ୍ରେନ ଚାଲୁନାହିଁ । ଏହି ଦେଶର ନାଗରିକଙ୍କୁ ଟ୍ରେନ ବଦଳରେ ବସ ବା ଅନ୍ୟ ଗାଡିକୁ ବ୍ୟବହାର କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଦେଶ ବାବଦରେ କହିବୁ ଯେଉଁଠାରେ ରେଳଧାରଣା ନାହିଁ ।

ଭାରତର ପଡୋଶୀ ଦେଶ ଭୁଟାନରେ ରେଳଧାରଣା ନାହିଁ । ଯେଉଁଥିପାଇଁ ଭାରତରୁ କୌଣସି ଟ୍ରେନ ଭୁଟାନ ଯାଇପାରେ ନାହିଁ । ବିଶ୍ୱର ୧୧ତମ ଛୋଟ ଦେଶ ଅଂଡୋରାରେ ମଧ୍ୟ ରେଳଧାରଣା ନାହିଁ । ଏହି ଦେଶର ଜନସଂଖ୍ୟା ବହୁତ କମ ହୋଇଥିବାରୁ ଏପର୍ଯ୍ୟନ୍ତ ରେଳଧାରଣା ବିଛାଯାଇନାହିଁ । ସାଇପ୍ରସରେ ମଧ୍ୟ ରେଳ ନେଟୱାର୍କ ନାହିଁ । ଅବଶ୍ୟ ୧୯୫୦-୫୧ ମସିହାରେ ଏଠାରେ ରେଳ ଚଳାଇବାକୁ ଯୋଜନା ହୋଇଥିଲା, କିନ୍ତୁ ଆର୍ଥିକ ସ୍ଥିତି ଖରାପ ହେବାରୁ ଏହି ଯୋଜନା କାର୍ଯ୍ୟକ୍ଷମ ହୋଇପାରିନଥିଲା । ଧନୀ ଦେଶ କୁଏତରେ ମଧ୍ୟ ରେଳଧାରଣା ନାହିଁ । କୁଏତ ପାଖରେ ଅର୍ଥର ଅଭାବ ନଥିଲେ ବି ରେଳଧାରଣା ନାହିଁ ।

Leave A Reply

Your email address will not be published.