Matrubhumi v/s Eetha: ଡିସେମ୍ବର ୪ରେ ହେବ ଫିଲ୍ମି ଫାଇଟ୍, ସଲମାନଙ୍କ ‘ମାତୃଭୂମି’ ଓ ଶ୍ରଦ୍ଧାଙ୍କ ‘ଇଥା’ ମଧ୍ୟରେ ଟକ୍କର!
ବ୍ୟୁରୋ: ବଡ ପରଦାରେ ହେବ ବିଗ୍ ଫାଇଟ୍ । ଅପକମିଂ ଦୁଇଟି ଫିଲ୍ମ ମଧ୍ୟରେ ହେବ କଡା ଟକ୍କର । ଡିସେମ୍ବର ୪ରେ ବକ୍ସ ଅଫିସରେ କେଉଁ ଫିଲ୍ମ ମାରିବ ବାଜି ତାକୁ ନେଇ ଏବେଠୁ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା । ଗୋଟେପଟେ ବଲିଉଡ ଭାଇଜାନ୍ ସଲମାନଙ୍କ ମାତୃଭୂମି ତ ଅନ୍ୟପଟେ ଶ୍ରଦ୍ଧା କପୁରଙ୍କ ଇଥା । ଗୋଟିଏ ତାରିଖ ବା ଗୋଟିଏ ଦିନରେ ରିଲିଜ୍ ହେବ ଦୁଇଟି ଯାକ ଫିଲ୍ମ । ସିନେମା ପ୍ରେମୀଙ୍କ ପାଇଁ ଡିସେମ୍ବର ୪ ଏକ ବିଶେଷ ଦିନ ହେବାକୁ ଥିବା ବେଳେ ଦୁଇଟି ଫିଲ୍ମ ମଧ୍ୟରୁ କାହାକୁ ମିଳିବ ଭଲ ରେସପନ୍ସ , କିଏ ଜିତିବ ଦର୍ଶକଙ୍କ ହୃଦୟ ତାକୁ ନେଇ ମେକର୍ସ ଚିନ୍ତାରେ ।
୧୫ଜୁନ୍ ୨୦୨୦ରେ ଗଲୱାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସାହସର ଗାଥା ଉପରେ ମାତୃଭୂମି-‘ମେ ୱାର୍ ରେଷ୍ଟ ଇନ୍ ପିସ୍’ କାହାଣୀ ଗତିଶୀଳ । ଯେଉଁଠାରେ ୨୦୦ ଭାରତୀୟ ସେନା ଦଳର ଲିଡ୍ କରିଛନ୍ତି ସଲମାନ ଖାନ । ଅପୂର୍ବା ଲାଖିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନ୍ୟାନ୍ୟ ଭାଇଟାଲ ରୋଲରେ ଚିତ୍ରାଙ୍ଗଦା ସିଂ ମୁକେଶ ରିଶି ନଜର ଆସିଛନ୍ତି । ଫିଲ୍ମଟି ବହୁ ବାଦ ବିବାଦ ପରେ ଡିସେମ୍ବର ୪ରେ ରିଲିଜ୍ ହେବ ବୋଲି ଘୋଷଣା ହୋଇଛି । ସେପଟେ କିନ୍ତୁ ଏହି ଫିଲ୍ମ ସହ ଟକ୍କର ଦେବାକୁ ରିଲିଜ୍ ହେଉଛି ବାୟୋଗ୍ରାଫିକାଲ୍ ଫିଲ୍ମ ‘ଇଥା’ । ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିଛନ୍ତି ବଲିଉଡ ବ୍ୟୁଟି ଶ୍ରଦ୍ଧା କାପୁର । ଅନ୍ୟାନ୍ୟ ରୋଲରେ ରଣଦୀପ ହୁଡା, ମହମ୍ମଦ ଜେସନ, ଆୟୁବ, ସିଦ୍ଧାଥ ର୍ ଯାଦବ, ଅନନ୍ତ ଯୋଶୀ ପ୍ରମୁଖ ନଜର ଆସିବେ ।
ଗୋଟେପଟେ ସୀମାରେ ଯବାନଙ୍କ ସଂଘର୍ଷ ଓ ଦେଶମାତୃକାର କାହାଣୀ ଅନ୍ୟପଟେ ଜଣେ ପ୍ରସିଦ୍ଧ ନୃତ୍ୟାଂଗନାଙ୍କ ଜୀବନ ସଂଘର୍ଷର ଗାଥା । ଗୋଟେପଟେ ବଲିଉଡ ଭାଇଜାନ୍ ସଲ୍ଲୁମିଆଁ ଅନ୍ୟପଟେ ସ୍ତ୍ରୀ ଫେମ୍ ଶ୍ରଦ୍ଧା କାପୁର । ଦେଖାଯାଉ କେଉଁ ଫିଲ୍ମର ରହୁଛି କେତେ କ୍ରେଜ୍ । କିଏ ଜିତୁଛି ଫିଲ୍ମପ୍ରେମୀଙ୍କ ମନ କିଏ ନିରାଶ କରୁଛି । ଏସବୁ ଦେଖିବାକୁ ହେଲେ ଡିସେମ୍ବର ୪ରେ ସଲମାନଙ୍କ ମାତୃଭୂମି ଓ ଶ୍ରଦ୍ଧାଙ୍କ ଇଥା ଦେଖିବା ଦରକାର ।
