Latest Odisha News

ମନପସନ୍ଦର ନମ୍ବର ପାଇଁ ଖର୍ଚ୍ଚ କଲେ ଏତିକି ଟଙ୍କା, ଆସିଯାଇଥାନ୍ତା ନୂଆ କାର

ଚଣ୍ଡୀଗଡ଼: ଆପଣଙ୍କୁ ଯଦି ପଚାରିବେ ସଉକ ପାଇଁ ଆପଣ କେତେ ଟଙ୍କା ଖର୍ଚ୍ଚ କରିପାରିବେ । ଆପଣ କହିବେ ସଉକ ପୂରଣ ପାଇଁ ହଜାରେ କି ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । କିନ୍ତୁ ହରିୟାଣାର କୈଥଲର ଜଣେ ଯୁବକ ନିଜ ସଉକ ପାଇଁ ପାଖାପାଖି ସାଢେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନିଜ ଗାଡିର ନମ୍ବର ପ୍ଲେଟ ପାଇଁ ସେ ଯେତିକି ଟଙ୍କା ଖର୍ଚ୍ଚ କରିଛନ୍ତି ସେଥିରେ ନୂଆ କାର ଆସିଯାଇଥାନ୍ତା । ହରିୟାଣାର କୈଥଲ ନିବାସୀ ସନ୍ଦୀପ ମୋଦଗିଲ ଗାଡି ନମ୍ବର କିଣିବା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିଥିଲେ, ଯେଉଁଥିରେ ଏକ ନୂଆ କାର ଆସିଯାଇଥାନ୍ତା ।

ଏହି ବ୍ୟକ୍ତି ପସନ୍ଦଯୋଗ୍ୟ ଫ୍ୟାନସି ନମ୍ବର ପାଇବା ପାଇଁ ସାଢେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏନେଇ ସନ୍ଦୀପ କହିଛନ୍ତି ଯେ ଯେତେ ଟଙ୍କା ଖର୍ଚ୍ଚ ହୋଇଥିଲେ ବି ସେ ‘୭’ ନମ୍ବରର ଏହି ନମ୍ବର ପ୍ଲେଟ କିଣିଥାନ୍ତେ । କାରଣ ଏହି ସଂଖ୍ୟା ସହିତ ତାଙ୍କର ଭିନ୍ନ ସମ୍ପର୍କ ରହିଛି । ସନ୍ଦୀପଙ୍କ କହିବା ମୁତାବକ ତାଙ୍କ ପୁଅ- ଝିଅ ୭ ତାରିଖରେ ଜନ୍ମ ହୋଇଥିବାରୁ ସେ ଚାରିଟି ସାତ(7777) ଥିବା ନମ୍ବରକୁ ହିଁ ବାଛିଥିଲେ । ସନ୍ଦୀପ କହିଛନ୍ତି ଯେ ଏହି ନମ୍ବର ନେବାପାଇଁ ମୋଟା ତିନିଜଣ ନିଲାମରେ ଭାଗ ନେଇଥିଲେ । କିନ୍ତୁ ସର୍ବାଧିକ ଟଙ୍କାର ସେ ବିଡିଂ କରିଥିବାରୁ ଶେଷକୁ ତାଙ୍କୁ ହିଁ ଏହି ନମ୍ବର ମିଳିଥିଲା ।

Leave A Reply

Your email address will not be published.