Latest Odisha News

BREAKING NEWS

ପୁଣି ଏକାଠି ନଜର ଆସିବେ ସିଡ୍‌ନାଜ୍‌ଙ୍କ ଯୋଡି

ମୁମ୍ବାଇ: ବିଗ୍‌ ବସ୍‌ ୧୩ର ଫେମସ୍‌ ଯୋଡି ସିଦ୍ଧାର୍ଥ ଶୁକ୍ଲା ଓ ଶେହେନାଜ ଗିଲ୍‌ଙ୍କ ଫିଲ୍ମ ସିଲସିଲା ସିଡନାଜ କା ଆସନ୍ତାକାଲି ଭୁଟ୍‌ରେ ରିଲିଜ ହେବ। ଏନେଇ ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ ଗିଲଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି। ତାଙ୍କର ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଜୁଲାଇ ୨୨ରେ ଭୁଟ୍‌ରେ ମୁକ୍ତିଲାଭ କରିବ। ତେବେ ଏଥିରେ ସିଡ୍‌ନାଜଙ୍କ ବିଗ୍ ବସ୍ ୧୩ର କିଛି ଅଦୃଶ୍ୟ ଫୁଟେଜ୍ ଦେଖିବାକୁ ମିଳିବ।

ବିଗ୍‌ ବସ୍‌ର ଏହି ସଂସ୍କରଣରେ ସିଦ୍ଧାର୍ଥ ଓ ଶେହେନାଜଙ୍କ ଯୋଡି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ଦୀର୍ଘ ଦିନ ପରେ ସିଡ୍‌ନାଜ ଏକାଠି ଆସୁଥିବାରୁ ପ୍ରଶଂସକଙ୍କ ସେମାନଙ୍କୁ ଦେଖିବା ଲାଗି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

Comments are closed.