Latest Odisha News

BREAKING NEWS

ସିରିଜ ବିଜୟ ସହ ଶ୍ରୀଲଙ୍କା ବିପକ୍ଷରେ ଭାରତର ବିଶ୍ୱ ରେକର୍ଡ

କଲମ୍ବୋ: ଚମତ୍କାର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ ୩ ଉଇକେଟରେ ହରାଇ ସିରିଜ ବିଜୟ ହାସଲ କରିଛି । ୩ମ୍ୟାଚ ବିଶିଷ୍ଠ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ରହିଛି । ଦୀପକ ଚହର (୬୯ ନଟଆଉଟ) ଭାରତ ବିଜୟର ମୂଖ୍ୟ କର୍ଣ୍ଣଧାର ସାଜିଥିଲେ । ଏହି ମ୍ୟାଚରେ ୫ଟି ବଡ ରେକର୍ଡ ସୃଷ୍ଟି ହୋଇଛି । ସେଗୁଡିକ ହେଲା…
୧.ଶ୍ରୀଲଙ୍କା ବିପକ୍ଷରେ ଭାରତର ଏହା କ୍ରମାଗତ ୯ମ ସିରିଜ ବିଜୟ । ପାକିସ୍ତାନ ୭ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି ।
୨. ଦିନିକିଆ କ୍ରିକେଟରେ ଶ୍ରୀଲଙ୍କା ବିପକ୍ଷରେ ଭାରତର ସର୍ବାଧିକ ୯୩ ବିଜୟ ସହ ବିଶ୍ୱରେକର୍ଡ ସ୍ଥାପନ କରିଛି । ପାକିସ୍ତାନ ୯୨ ବିଜୟ ସହ ଏହି ରେକର୍ଡର ଅଧିକାରୀ ଥିଲା ।
୩. ଟପ ଅର୍ଡରର ପ୍ରଥମ ୩ଟି ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରି ନ ଥିଲେ ମଧ୍ୟ ଭାରତ ୨୫୦ରୁ ଅଧିକ ରନର ଟାର୍ଗେଟ ହାସଲ କରିଥିଲା ।
୪. ୮ ନମ୍ବର ସ୍ଥାନରେ ବ୍ୟାଟିଂ କରି ଦୀପକ ଚହର ଭାରତ ପକ୍ଷରୁ ଶ୍ରୀଲଙ୍କା ବିପକ୍ଷରେ ସର୍ବାଧିକ ରନ ସଂଗ୍ରହ କରିଛନ୍ତି ।
୫. ଟାର୍ଗେଟକୁ ପିଛା କରିବାରେ ଏବଂ ୮ନମ୍ବର ସ୍ଥାନରେ ବ୍ୟାଟିଂ କରି ଚହର ମ୍ୟାଚ ବିଜୟୀ ଇନିଂସ ଖେଳିବା ସହ କରି ଭାରତ ପକ୍ଷରୁ ରେକର୍ଡ କରିଛନ୍ତି । ସେ ଅଜିତ ଅଗରକରଙ୍କ ୬୭ରନ(ଜିମ୍ବାୱେ ବିପକ୍ଷରେ)ର ରେକର୍ଡ ଭାଙ୍ଗିଛନ୍ତି ।

Leave A Reply

Your email address will not be published.