ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଚଳିତ ବର୍ଷ ଜୁନ୍ ୧୬ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ ।
ଏନେଇ ବନବିଭାଗ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । ବର୍ଷା ଋତୁକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଚଳିତ ଥର ପିଠାବଟା ରେଞ୍ଜ ଅନ୍ତର୍ଗତ ଲୁଲୁଙ୍ଗ ଓ ଯଶିପୁର ବନଖଣ୍ଡ ଅନ୍ତର୍ଗତ କାଳିଆଣି ଫାଟକରେ ପ୍ରବେଶ ଅନୁମତି ମିଳିବନାହିଁ ।
ପ୍ରତିବର୍ଷ ବର୍ଷା ଋତୁରେ ଅଭୟାରଣ୍ୟ ରାସ୍ତାଗୁଡିକ କ୍ଷତିଗ୍ରସ୍ତ ହେବା ତଥା ମରାମତିକୁ ଦୃଷ୍ଟିରେ ରଖି ଜୁନ୍ ମଧ୍ୟଭାଗରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ଅଭୟାରଣ୍ୟକୁ ବନ୍ଦ କରାଯାଇଥାଏ।
ଶିମିଳିପାଳ ଆମ ଦେଶର ସବୁଠୁ ବଡ ବ୍ୟାଘ୍ର ଅଭୟାରଣ୍ୟ ଭାବେ ପରିଚିତ । ଉତ୍ତର ଓଡିଶାରେ ଅବସ୍ଥିତ ଶିମିଳିପାଳ ଅଭୟାରଣ୍ୟ ପ୍ରାୟ ୨୭୫୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ।
Comments are closed.