Latest Odisha News

BREAKING NEWS

ଟାଇମ୍ସ ପତ୍ରିକା ୨୦୨୧ର ଶ୍ରେଷ୍ଠ ଖେଳାଳି ହେଲେ ସିମୋନ ବାଇଲ୍ସ

ନ୍ୟୁୟର୍କ: ଆମେରିକାର ଖ୍ୟାତନାମା ଜିମ୍ନାଷ୍ଟ ସିମୋନ ବାଇଲ୍ସ ଟାଇମ୍ସ ମ୍ୟାଗାଜିନର ୨୦୨୧ ବର୍ଷ ପାଇଁ ସବଶ୍ରେଷ୍ଠ ଆଥଲେଟ ବିବେଚିତ ହୋଇଛନ୍ତି । ମାନସିକ ସ୍ୱାସ୍ଥ୍ୟାବସ୍ଥା କାରଣ ଦର୍ଶାଇ ସିମୋନ ୨୦୨୧ ଟୋକିଓ ଅଲିମ୍ପିକ୍ସର ୪ଟି ବିଭାଗରେ ଅଂଶଗ୍ରହଣ କରି ନ ଥିଲେ । ସେ ଦି ଟ୍ୱିଷ୍ଟିଜ ନାମକ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିଲେ । ଏହି ରୋଗରେ ଜଣେ ରୋଗୀ ଦିଗ ଏବଂ ପବନକୁ ଠିକ ଭାବେ ବାରି ପାରି ନାହିଁ । ତେବେ ଏହା ସତ୍ୱେ ସେ ଅଲରାଉଣ୍ଡ ଟିମ ବିଭାଗରେ ରୌପ୍ୟ ଏବଂ ବାଲାନ୍ସ ବିମରେ ଅଲିମ୍ପିକ ବ୍ରୋଞ୍ଜ ପଦକ ଜିତିଥିଲେ ।

ଅଲିମ୍ପିକ ଠିକ ମାସକ ପୂର୍ବରୁ ସେ ଡାକ୍ତର ଲୌରୀ ନାସାରଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡନ ମାମଲାରେ ଆମେରିକା ସିନେଟରେ ସାକ୍ଷ୍ୟ ଉପସ୍ଥାପନ କରିଥିଲେ । ସିମୋନ ୩୦ରୁ ଅଧିକ ବିଶ୍ୱ ଏବଂ ଅଲିମ୍ପିକ ପଦକ ହାସଲ କରିଛନ୍ତି । ଏଥିରେ ୧୯ ବିଶ୍ୱ ଚାମ୍ପିୟନ ଏବଂ ୪ ଅଲିମ୍ପିକ ସ୍ୱର୍ଣ୍ଣ ସାମିଲ ।

Comments are closed.