Latest Odisha News

BREAKING NEWS

ବାବା ରାମଦେବଙ୍କ କ୍ଲାସ୍ ନେଲେ ଡାକ୍ତର ଲେଲେ

ନୂଆଦିଲ୍ଲୀ: ଏଲୋପାଥିକୁ ବେକାର କହି ଚର୍ଚ୍ଚାକୁ ଆସିଛନ୍ତି ବାବା ରାମଦେବ । ଏହି ମନ୍ତବ୍ୟକୁ ନେଇ ମୁହାଁମୁହିଁ ହୋଇଛନ୍ତି ବାବା ରାମଦେବ ଓ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍‌ଏ) । ନିକଟରେ ଏକ ଟିଭି ଡିବେଟ୍‌ରେ ଆଇଏମ୍‌ଏର ସେକ୍ରେଟାରୀ ଜନେରାଲ୍ ଡାକ୍ତର ଜୟେଶ ଲେଲେଙ୍କଠାରୁ ବାବା ରାମଦେବ ବେଶ ଭଲ ଭାବେ ଟ୍ୟୁସନ୍ ହୋଇଥିଲେ ।

ସୋସିଆଲ୍ ମିଡିଆରେ ଆଜ୍ ତକ୍ ଟିଭି ଚ୍ୟାନେଲର ଏହି ଭିଡିଓଟି ଖୁବ ଭାଇରାଲ୍ ହୋଇଛି । ଏହି ଭିଡିଓ କ୍ଲିପରେ ଡାକ୍ତର ଲେଲେଙ୍କ ଜବାବ ଶୁଣି ବାବା ରାମଦବଙ୍କର ହୋସ୍ ଉଡିଯାଇଥିଲା । ଡିବେଟ୍‌ରେ ଲେଲେଙ୍କୁ ଚୁପ୍ କରାଇବା ବାବା ରାମଦେବଙ୍କ ପାଇଁ ଏକ ପ୍ରକାର ଅସମ୍ଭବ ହୋଇପଡିଥିଲା । ଡିବେଟ୍‌ରେ ବାବା ରାମଦେବଙ୍କ କରୋନିଲ୍ ଔଷଧକୁ ବି ଡାକ୍ତର ଲେଲେ ଦୃଢତାର ସହ ବିରୋଧ କରିଥିଲେ ।

ଗତ ରବିବାର ବାବା ରାମଦେବ ଏଲୋପାଥି ଦ୍ୱାରା କରୋନା ଚିକିତ୍ସାକୁ ନେଇ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥିଲେ । ଫଳରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ତାଙ୍କୁ ମନ୍ତବ୍ୟ ଫେରାଇନେବାକୁ କହିଥିଲେ । ଜବାବରେ ବାବା ରାମଦେବ କହିଥିଲେ ଯେ, ସେ କେବଳ ଏକ ହ୍ୱାଟ୍ସଆପ୍ ମେସେଜକୁ ପଢିଥିଲେ । ରାମଦେବଙ୍କ ଏହି ମନ୍ତବ୍ୟ ପରେ ସମସ୍ତ ଡାକ୍ତର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.