Latest Odisha News

BREAKING NEWS

ସୁସ୍ମିତା ଦାସ ହେଲେ ଓଡ଼ିଶା ହସ୍ତତନ୍ତ କାର୍ଣ୍ଣିଭାଲର ବ୍ରାଣ୍ଡ ଅମ୍ବାସେଡର

ଭୁବନେଶ୍ୱର : ଆଗାମୀ ଡିସେମ୍ବର ମାସରେ ‘ଅବିକା’ ଦ୍ୱାରା ‘ଓଡ଼ିଶା ହସ୍ତତନ୍ତ କାର୍ଣ୍ଣିିର୍ଭାଲ୍‍’ର ଦ୍ୱିତୀୟ ସଂସ୍କରଣ ଆୟୋଜିତ ହେବାକୁ ସ୍ଥିର କରାଯାଇଛି । ଓଡ଼ିଶାର ହସ୍ତତନ୍ତ ତଥା ପାରମ୍ପରିକ ବୁଣାକାରମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି କାର୍ଣ୍ଣିିର୍ଭାଲର ଆୟୋଜନ କରାଯାଏ ।

ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ଡେନିମ୍‍ ଆଣ୍ଡ୍‍ ବ୍ଲୁଜ୍‍ ଡ୍ୟାନ୍‍ସ ଷ୍ଟୁଡିଓରେ ଆୟୋଜିତ ଏକ ପ୍ରେସମିଟ୍‍ରେ ଚଳିତ ବର୍ଷ ପାଇଁ କାର୍ଣ୍ଣିଭାଲ ବ୍ରାଣ୍ଡ୍‍ ଆମ୍ବାସଡର ଭାବେ ସ୍ୱନାମଧନ୍ୟା ଗାୟିକା ସୁସ୍ମିତା ଦାସଙ୍କ ନାମ ଘୋଷଣା କରିବା ସହ ତାଙ୍କୁ ଖଣ୍ଡୁଆପାଟ ଶାଢ଼ି ଉପହାର ରୂପେ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ‘ ଅବିକା’ ର ନିର୍ଦ୍ଦେଶକ ଅବିନାଶ ସାହୁ ଆଗାମୀ କାର୍ଣ୍ଣିଭାଲ୍‍ର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

ହସ୍ତତନ୍ତକୁ ସାହିତ୍ୟ, ଚିତ୍ରକଳା, ସଙ୍ଗୀତ, ନୃତ୍ୟ, ଅଭିନୟ ଓ ପ୍ରଦର୍ଶନୀ ମାଧ୍ୟମରେ ଲୋକାଭିମୁଖୀ କରିବାରେ ଏହି ଏକଦିବସୀୟ କାର୍ଯ୍ୟକ୍ରମ ଆୟୋଜନରେ ଓଡ଼ିଶାରେ ପ୍ରଥମ । ଅବିକା ତରଫରୁ ଗତ ବର୍ଷ ପରି ଏବର୍ଷ ମଧ୍ୟ କ୍ୟାଲେଣ୍ଡର-ମଡେଲ୍‍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି, ଯାହାର ଫଳାଫଳ ଉକ୍ତ କାର୍ଣ୍ଣିଭାଲରେ ଘୋଷିତ ହେବ ଏବଂ କ୍ୟାଲେଣ୍ଡର-୨୦୨୨ ଲୋକାର୍ପିତ ହେବ ବୋଲି ସୂଚନା ଦିଆଯାଇଛି ।

ଏହି ପ୍ରେସମିଟକୁ ପ୍ରଜ୍ଞା ପାରମିତା ରଥ ସଂଚାଳନ କରିଥିବା ବେଳେ ପ୍ରିୟାଂଶୁ ପ୍ରିୟଦେବ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.