Latest Odisha News

BREAKING NEWS

ପାରାଲିମ୍ପିକ୍ସ ବ୍ୟାଡମିଣ୍ଟରେ ରୌପ୍ୟ ଜିତିଲେ ନୋଏଡା ଜିଲ୍ଲାପାଳ ସୁହାସ ୟଥିରାଜ

ଟୋକିଓ: ଆଜି ଶେଷ ହେଉଛି ଟୋକିଓ ପାରାଲିମ୍ପିକ୍ସ । ଶେଷ ଦିନରେ ପଦକରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ପୁରୁଷ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତିଛନ୍ତି ନୋଏଡାର ଜିଲ୍ଲାପାଳ ସୁହାସ ୟଥିରାଜ । ଝଖ୪ବର୍ଗରେ ସେ ଫ୍ରାନ୍ସର ଲୁକାସ୍ ଜୁରଙ୍କଠାରୁ ହାରି ଯାଇଛନ୍ତି । କିନ୍ତୁ ଦେଶବାସୀଙ୍କ ହୃଦୟ ଜିତି ପାରିଛନ୍ତି ସୁହାସ । ଫ୍ରାନ୍ସ ପ୍ରତିଦ୍ୱନ୍ଦୀ ୧୫-୨୧, ୨୧-୧୭, ୨୧-୧୫ ସେଟରେ ବିଜୟୀ ହୋଇଥିଲେ ।

ଏହି ମ୍ୟାଚରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ପାଖାପାଖି ୧ ଗଣ୍ଟା ୨ ମିନିଟ୍ ଧରି ଚାଲିଥିଲା ମ୍ୟାଚ୍ । ଦିଲ୍ଲୀ ନୋଡା ଜିଲ୍ଲାପାଳ ଅଛନ୍ତି ସୁହାସ ୟଥିରାଜ । ଜଣେ ପାରା ବ୍ୟାଡମିଣ୍ଟନ ଖେଳାଳି ଭାବରେ ସେ ଏଥର ଟୋକିଓ ଯାତ୍ରା କରିଥିଲେ । ଏହି ସଫଳତା ପରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି । ଜଣେ ପ୍ରଶାସନିକ ଅଧିକାରୀ ଓ କ୍ରୀଡ଼ାବିତ ଭାବରେ ତାଙ୍କର ଏହି ସଫଳତା ଅନେକଙ୍କୁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.