Latest Odisha News

ଦେଶରେ କରୋନା ନେଲାଣି ୬୫ ହଜାର ଜୀବନ

ନୂଆଦିଲ୍ଲୀ: ଦେଶରେ ୩୬ ଲକ୍ଷ ଲୋକ କରୋନା ଆକ୍ରାନ୍ତ ହେଲେଣି । ପ୍ରତିଦିନ ହଜାର ହଜାର ନୂଆ ସଂକ୍ରମିତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୬୯ ହଜାର ୯୨୧ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ପଜିଟିଭ୍ କେସ୍ ୩୬ ଲକ୍ଷ ୯୧ ହଜାର ୧୬୭କୁ ବୃଦ୍ଧି ପାଇଛି ।

ସଂକ୍ରମଣ ସହ ବଢୁଛି ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଆଉ ୮୧୯ ଜଣ ପ୍ରାଣ ହରାଇଛନ୍ତି । ଅଗଷ୍ଟ ୨୯ ତାରିଖ ପରେ ମୃତ୍ୟୁସଂଖ୍ୟା ଦୁଇ ଦିନ ହେବ ହଜାରେ ତଳେ ରହିଛି । ଦେଶରେ କରୋନାରେ ମଲେଣି ମୋଟ୍ ୬୫ ହଜାର ୨୮୮ ଆକ୍ରାନ୍ତ ।

ସଂକ୍ରମଣ ବଢୁଥିଲେ ବି ସୁସ୍ଥ ବି ହେଉଛନ୍ତି ହଜାର ହଜାର ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ହସ୍ପିଟାଲରୁ ଘରକୁ ଫେରିଛନ୍ତି ୨୮ ଲକ୍ଷ ୩୯ ହଜାର ୮୮୩ ସଂକ୍ରମିତ । ଆକ୍ଟିଭ୍ କେସ୍ ରହିଛି ୭ ଲକ୍ଷ ୮୫ ହଜାର ୯୯୬ ।

ଦେଶରେ ବଢିଛି କୋଭିଡ୍ ଟେଷ୍ଟିଂ । ଗତ ୨୪ ଘଣ୍ଟାରେ ୧୦ ଲକ୍ଷ ୧୬ ହଜାର ୯୨୦ ନମୁନା ପରୀକ୍ଷା କରାଯାଇଛି । ବର୍ତ୍ତମା ସୁଦ୍ଧା ମୋଟ୍ ୪ କୋଟି ୩୩ ଲକ୍ଷ ୨୪ ହଜାର ୮୩୪ ଟେଷ୍ଟିଂ କରାଗଲାଣି ।

Comments are closed.