Latest Odisha News

କାଲିଠାରୁ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ବ୍ୟାନ; ନମାନିଲେ ଦେବେ ମୋଟାଅଙ୍କର ଜୋରିମାନା !

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗିବ । ବିଶେଷ କରି ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ’ର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ସରକାରଙ୍କ ନିୟମ ଅନୁସାରେ, ଗାନ୍ଧିଜୟନ୍ତି ଅର୍ଥାତ୍ ଆସନ୍ତାକାଲି ଠାରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଯେପରି ପ୍ଲାଷ୍ଟିକ ଗ୍ଲାସ, ପଲିଥିନ, ଚାମଚ, ବାଉଲ ଆଦି ବ୍ୟବହାର ଉପରେ ବ୍ୟାନ ଲାଗିବ ।

ସେହିଭଳି ୨୦୦ ମିମିର ପ୍ଲାଷ୍ଟିକ ପାଣି ବୋତଲ ଉପରେ ମଧ୍ୟ ବ୍ୟାନ ଲାଗିବ । ଯଦି କେହି ପ୍ଲାଷ୍ଟିକ ପଲିଥିନ ବ୍ୟବହାର କରୁଥିବାର ନଜର ଆସନ୍ତି ତେବେ ସେମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ନେଇ ନିର୍ଦ୍ଦେଶ ଜାରି ହୋଇଛି । ମାତ୍ର ୫୦ ମାଇକ୍ରୋନରୁ ଅଧିକ ମୋଟେଇର ପଲିଥିନ ବ୍ୟବହାର କରିବାକୁ ଅନୁମତି ଦିଆଯାଇଥିବା ସୂଚନା ମିଳିଛି ।

ଯଦି କୌଣସୀ କମ୍ପାନୀ ପଲିଥିନ ପ୍ରସ୍ତୁତ କରିବାକୁ ଚାହିଁବେ ସେମାନେ କେବଳ ୫୦ ମାଇକ୍ରୋନରୁ ଅଧିକ ମୋଟେଇର ବ୍ୟାଗ ତିଆରି କରିପାରିବେ । ଏହି ସମସ୍ତ ନିୟମକୁ କଡାକଡି ପାଳନ କରିବା ପାଇଁ ଜଙ୍ଗଲ ଓ ପରିବେଶ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.