Latest Odisha News

ଯଦୁପୁର ଗାଁରେ ହତ୍ୟାର ଡେମୋ ଦେଖାଉଛି ଅଭିଯୁକ୍ତ ସରୋଜ ସେଠୀ

ନୟାଗଡ଼: ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ରିମାଣ୍ଡରେ ଜେରା କରୁଛି ଏସଆଇଟି । ଆଜି ରିମାଣ୍ଡର ଶେଷ ଦିନରେ ଗିରଫ ଅଭିଯୁକ୍ତ ସରଜୋ ସେଠୀକୁ ଯଦୁପୁର ଗାଁକୁ ଆଣିଛି ଏସଆଇଟି । ହତ୍ୟାକାଣ୍ଡ ସ୍ଥଳରେ ସେ ଡେମୋ ଦେଖାଉଛି । କେମିତି ଓ କିପରି ଘଟଣା ଘଟଣାଇଥିଲା ତାହା ଦେଖାଉଛି ଅଭିଯୁକ୍ତ । ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ଉପସ୍ଥିତିରେ ସେ ଡେମୋ ଦେଖାଉଛି । ଗୋଟି ଗୋଟି ଘଟଣା ବଖାଣୁଛି ସରୋଜ ।

ଘଟଣାସ୍ଥଳରେ ଏସଆଇଟିର ବରିଷ୍ଠ ଅଧିକାରୀ ଓ ପୋଲିସ ଉପସ୍ଥିତ ଅଛନ୍ତି । ଏସଆଇଟି ଅଧିକାରୀ ସରୋଜକୁ କଡ଼ା ସୁରକ୍ଷା ଭିତରେ ଯଦୁପୁର ଗାଁକୁ ଆଣିଛଥନ୍ତି । ଆଜି ସରୁଛି ଅଭିଯୁକ୍ତର ତିନି ଦିନିଆ ରିମାଣ୍ଡ ଅବଧି । ଏହାପରେ ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ । ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଏସଆଇଟି ପକ୍ଷରୁ ସୂଚନା ମିଳିଛି ।
ସେହିପରି ଅରୁଣ ବୋଥ୍ରା କହିଛନ୍ତି ଯେ, ପରୀର କୌଣସି ହାଡ ନିଖୋଜ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ କୌଣସି ହାଡ ନଥିବା କଥା କୁହାଯାଇନାହିଁ। ହାଡ ମିଳିନଥିବା ସମ୍ପର୍କରେ ବିଶେଷଜ୍ଞ ଡାକ୍ତରମାନେ କିଛି କହିନାହାନ୍ତି ବୋଲି ବୋଥ୍ରା କହିଛନ୍ତି। ଦେହାବଶେଷ ମିଳିବା ପରେ ଶବ ଚିହ୍ନଟ ପାଇଁ ଡିଏନଏ କରାଯାଇଥିଲା। ଡିଏନଏ ଟେଷ୍ଟ କରିବା ଲାଗି ଡାକ୍ତରମାନେ କିଛି ହାଡ ପଠାଇଥିଲେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.